ମୁଁ ଦେଖିଲି
ସୁପ୍ତ ନିଦ୍ରାରେ ଶୋଇଥିଲା ଧରା ଝଲସି ଯାଉଥିଲା, ତରଙ୍ଗ ର ଫେଣ, ଯେପରି ମୁକ୍ତା ଆଚ୍ଛାଦିତ ସାଗର ଲହରୀ ପାଦ ତୁମ ଛୁଇଁ କରେ ଯେ ପ୍ରଣାମ । ତୁମ ଆଖି ପଲକ ଖୋଲିଲା, କୁଙ୍କୁମ ଫାଟିଲା, ଆକାଶ ବକ୍ଷରେ ନାଲି ପ୍ରାୟ ଓଢ଼ଣୀ ଚମକି ଉଠିଲା ଖୁସିରେ ଗୀତ ଗାଇ ଗାଇ... ନାଉରି ଯାଉଥିଲା, ଆଉ ପକ୍ଷୀ ଯାଉଥିଲେ ଦୂର ଦିଗ୍ ବଳୟରେ। ତୁମର ସକଳ ଦରଶନ ଲାଗି,କେତେ ଯେ କଷ୍ଟ କି କହିବି ମୁହିଁ? ବାପାର କାନ୍ଧରେ, ପିଲାଟି, ହାତ ଯୋଡ଼ି ଦେଇଥାଏ, ଭାବ ମୋହରେ ବାନ୍ଧି.... ଆଉ କିଏ ଦୁଃଖ ଜଣାଉଥାଏ ତାର..ହୃଦୟରୁ କାନ୍ଦି କାନ୍ଦି। ଆହା କି ସରଧା ତୁମର ପ୍ରଭୁ ହେ ଜଗତର ବଡ଼ ସାଇଁ , ଜାତି ଆଜି ବଡ଼ ନୁହେଁ ଏଠି ସଭିଏଁ ଆମର ଭାଇ। ବଡ଼ ଦାଣ୍ଡ ତୁମ ,ବଡ଼ ଘରେ ପୁଣି ବଡ଼ ମାତା ପାଖେ ରହି, ସବୁ ଲୀଳା ଖେଳା,ତୁମେ ହିଁ କର ହେ ବଖାଣିବି କିବା ମୁହିଁ।।
Ad
Poetry Books 50% Off
Bestselling collections from top poets
Shop Now →
