ଇଚ୍ଛା ହୁଏ
ଇଚ୍ଛା ହୁଏ ବାଲି ଘର ଗଢ଼ିବି ତୁମରି ସ୍ମୃତିରେ ଆମ ନଈ କୂଳେ, ହେଲେ ଡର ଲାଗେ ଭାଙ୍ଗି ଦେବ ବତାସ ଯେ ତାକୁ କେତେବେଳେ । ଦୋଳି ଖେଳିବାକୁ ଇଛା ହୁଏ ତୁମ ସହ ବର ଓହଳରେ, ଜାଣେ , ତୁମ ଲାଜେଇ ବୟସ ମନା କରିଦେବ ମୋରି କଥାରେ । ଖେଳିଥାନ୍ତି ତୁମ ସହ ଗାଁ ଦାଣ୍ଡେ ଖେଳ ସନ୍ଧ୍ୟା ହେଲେ ନିତି , ଯଦି ତୁମେ ହୋଇଥାନ୍ତ ମୋ ଗାଁ ଝିଅ ମୋ ପିଲାଦିନ ସାଥୀ ।
Ad
Poetry Books 50% Off
Bestselling collections from top poets
Shop Now →
