ଜହ୍ନ ଓ ଜାହ୍ନବୀ
ଜାହ୍ନବୀ ଥରେ ଜହ୍ନ କୁ ଚାହିଁ ପଚାରିଲା? ହେ ଜହ୍ନ ତୁ କାହିଁ ପାଇଁ ଏତେ ସୁନ୍ଦର୍? ତୋ ନାଁ ମୋ ନାଁ ଆଗରେ ତ ଜହ୍ନ!!!! ଜହ୍ନ ଉତ୍ତର ଦେଇଥିଲା। ହେ ଜାହ୍ନବୀ, ତୁ ପୃଥିବୀ ରେ ଆଉ ମୁଁ ସ୍ବର୍ଗରେ!!!! ଜାହ୍ନବୀ ପଚାରିଥିଲା:- ହେ ଜହ୍ନ ତୁ କାହିଁ ପାଇଁ ଏତେ କୋମଳ? ତୋ ନାଁ ମୋ ନାଁ ଆଗରେ ତ ଜହ୍ନ!!!! ଜହ୍ନ ଉତ୍ତର ଦେଇଥିଲା:- ହେ ଜାହ୍ନବୀ, ତୁ କାମ, କ୍ରୋଧ, ଲୋଭ ମୋହ ରେ ଜର୍ଜରିତ, ଆଉ ମୁଁ ଏସବୁ ର ବହୁ ଉର୍ଦ୍ଧ୍ବରେ।।।। ଜାହ୍ନବୀ ପଚାରିଥିଲା:- ହେ ଜହ୍ନ ତୁ କାହିଁ ପାଇଁ ଏତେ ଶୀତଳ? ତୋ ନାଁ ମୋ ନାଁ ଆଗରେ ତ ଜହ୍ନ!!! ଜହ୍ନ ଉତ୍ତର ଦେଇଥିଲା:- ହେ ଜାହ୍ନବୀ, ତୁ ଈର୍ଷା, ଦ୍ୱେଷ, ପ୍ରତିହିଂସା ର ମୋହରେ କବଳିତ, ଆଉ ମୁଁ ଏସବୁ ର ବହୁ ଆଗରେ।।।। ଜାହ୍ନବୀ ପଚାରିଥିଲା:- ହେ ଜହ୍ନ ତୁ କାହିଁ ପାଇଁ ଏତେ ଶାବଲୀଳ? ତୋ ନାଁ ମୋ ନାଁ ଆଗରେ ତ ଜହ୍ନ!!! ଜହ୍ନ ହସି ଉତ୍ତର ଦେଇଥିଲା:- ହେ ଜାହ୍ନବୀ, ତୁ ମିଛ, ମାୟା ସଂସାର ମୋହ ରେ ପ୍ରପୀଡ଼ିତ, ଆଉ ମୁଁ ଏସବୁ ର ଦୂରରେ।।।
Poetry Books 50% Off
Bestselling collections from top poets
