ଅନନ୍ୟା
ବାପା, ମା ଙ୍କର ପ୍ରଥମ ସନ୍ତାନ ହୋଇ ଜନମ ନେଲିି, ତାଙ୍କ ହାତ ଧରି ଚାଲିବା ଶିଖିଲି | ଛୋଟ ପିଲା ବେଳେ ବିଦ୍ୟାଳୟ ଗଲି , ମୋ ସାଙ୍ଗମାନଙ୍କ ସହ ବାଲ୍ୟ ଲୀଳା କଲି | ହୁସିଆର ହୋଇ ପାଠ ପ୍ରତି ଧ୍ୟାନ ଦେଲି,ମହାପୁରୁଷ ଙ୍କ ଜୀବନୀ ପଢି ଆଗକୁ ବଢ଼ିଲି | ଯୌବନ ରେ ଯେବେ କଲି ପାଦପର୍ଣ୍ଣ, ପୁରଷ ବନ୍ଧୁମାନେ କଲେ ନିବେଦନ | ବହୁ ଜଣଙ୍କୁ କଲି ପ୍ରତ୍ୟାଖାନ, ସୁନ୍ଦର ଫୁଲଟି ହୋଇ ଦେଖିଲି ଭବିଷ୍ୟ ସପନ | ଜାଣେନା ଜୀବନେ କେମିତି ପ୍ରବେଶ କଲା ମାଳି, ଫୁଲଟି କୁ ତୋଳି ହୃଦୟକୁ ଦେଲା ଜାଳି | ଜୀବନର ଗତିପଥ ଯାଇଥିଲା ଥମି,ମୋର ପ୍ରିୟ ଜନ କିନ୍ତୁ ହାତକୁ ମୋ ଧରି ଥିଲେ ଥାମୀ | କେଉଁ କୋଣେ ଅନୁକୋଣ ପ୍ରେମ ରହି ଥିଲା ଛପି, ପ୍ରେମର ପବନ ମୋତେ ଧରିଥିଲା ଚାପି | ଦୁଵିଧାରେ ଅଛି ମୋର ମନ ଆମାନିଆ,କି କରିବି ବୋଲି ଭାବୁଛି ଅନନ୍ୟା 😊
Ad
Poetry Books 50% Off
Bestselling collections from top poets
Shop Now →
