ପଦେ ତୁମ ପାଇଁ
ପଦେ ତୁମ ପାଇଁ ଲେଖି ଦଉଚି ଜାଣିନି ସତ କି ମିଛ କହୁଛି , ମନର ଭାବକୁ କଲି ପ୍ରକାଶ କେଡ଼େ ସୁନ୍ଦର ଯେ ତୁମର ହସ । ହସୁଛ ତୁମେ ଯେ ରାଧିକା ପରି ଏ ଗୋପ ବାଳକ ଗଲେଣି ମରି, ଅଧା ସତ ଅଧା ମିଛ ଲାଗୁଚି? ସତରେ କଣ ମୁଁ ଭୁଲ କହୁଛି? ଅଛି ସେ ହସରେ ମହୁଲି ନିଶା ବିକି ଦେଲେ ହେବ ବହେ ପଇସା , ଭୁଲ କହିଦେଲି ଅବୋଧ ମୁହିଁ ଅମୂଲ୍ୟ ସେ ହସ ବିକିରି ନାହିଁ ।
Ad
Poetry Books 50% Off
Bestselling collections from top poets
Shop Now →
