ସାୟନ୍ତନ
ଆଦିତ୍ୟ ପ୍ରକାଶ ହ୍ରାସିତ ଦିନ ହେଲାଣି ଶେଷ, ଛାଡି ପ୍ରାଚୀ ଏବେ ଦିନେଶ ଗମନ୍ତି ପ୍ରତୀଚୀ ଦିଶ । ଅଚଳ ବୁକୁରେ ଅନ୍ତର୍ଧାନ ସମ ଲୋହିତ ରବି, ଦୂର ଦୂର ଯାଏ ଦିଶଇ ପ୍ରଲମ୍ବ ତରୁର ଛବି । କୋଳାହଳ ରବେ ବିହଙ୍ଗ କରେ ନୀଡ଼ ଗମନ, ଉଡନ୍ତି ଆକାଶେ ଯେମିତି ରଣଜିତ ବିମାନ। ଗୋଠ ରୁ ବାହୁଡ଼େ ସୂଚିନ୍ଦୁ ଦେଖି ଗୋଧୂଳି କାଳ, ବନ୍ଧନ କରଇ ମାଲିକ ତାକୁ ଘେନି ଗୁହାଳ । ଘରେ ଘରେ ବାଜି ଉଠଇ ଶୁଭ ଶଙ୍ଖର ନାଦ, ଧରଣୀ ବକ୍ଷରେ ପଡ଼ଇ ନିଶା ଦେବୀ ଙ୍କ ପାଦ । ଆଲୋକ ପ୍ରଦୀପ ଜଳଇ ଘରେ ଘରେ ମନ୍ଦିରେ, ଅନ୍ଧକାର ଛାୟା ଘୋଟଇ ମରୁ ବନ ପ୍ରାନ୍ତରେ । ଦରିଦ୍ର କୁଟୀରେ ଜଳି ଉଠଇ ମହମ ବାତୀ, ଅନାହାରେ ଦୁଃଖ କଷ୍ଟରେ ବିତାଏ ଅନେକ ରାତି । ନିଶାର ଆଗମେ ଚହଟେ ରକ୍ତବୃନ୍ତାର ବାସ, ପତ୍ରକୁ ଖାଇଲେ ହୋଇବ ଥଣ୍ଡା ଜ୍ଵର ର ନାଶ । ମୀନଜୀବୀ ଆସେ ସାଗରେ ଧରି ତରଣି, ଫେରିବା ପଥକୁ ଅପେକ୍ଷା କରେ ଘରଣୀ । ଚନ୍ଦ୍ରମା କିରଣ ପଡିଛି ନୀଳ ସାଗର ଜଳେ, ଛାୟାଟି ଖେଳୁଛି ଯେପରି ଖେଳେ ଶିଶୁ ମା'ର କୋଳେ । ରତ୍ନ ଦୀପାବଳି ସଦୃଶ ଅମ୍ବରେ ଜଳିଉଠେ ତାରକା, ଆଲୋକ ପ୍ରଦାନ କରଇ ଖଦ୍ୟୋତ କୀଟ ପରିକା । ହଳ କାମ ସାରି ଚଷା ପୁଅଟି ବାହୁଡ଼େ ଘର, ଉଙ୍କି ଉଠେ ନୂଆ ଭାବନା କେତେ ମନରେ ତା'ର । ଜେଜେ ମା ଦାଣ୍ଡପିଣ୍ଡାରେ ଶୁଣାନ୍ତି ରାଜାରାଜୁଡ। ଗଳ୍ପ, ଶିଖାନ୍ତି ସର୍ବଦା " ଶୁଣିବ ଅଧିକ କହିବ ଅଳ୍ପ" । ନାମ- ଅଭିଷେକ୍ ସାହୁ ପ୍ରଥମ ବର୍ଷ, ୨୦୨୪-୨୫
Poetry Books 50% Off
Bestselling collections from top poets
