ସକାଳ ପଢା
ଏ ନୁନୀ ଏ ବାବୁ ଉଠ୍ ଘଡିରେ ବାଜ୍ ଲା ଚାର୍ ଆଖି ରଗ୍ ଡି ରଗ୍ ଡି ମାଁ କେ ଦେଖ୍ ଲି ଝୁମ୍ ରା ଅଛେ ଆଖିନେ ମୋର୍ ବିର୍ଝାସି ଇ ସକାଲ୍ ଉଠ୍ ବାର୍ । କେନ୍ତା କେନ୍ତା କରି ବ୍ରସ୍ ଟେ ଘଷ୍ ଲି ପେଣ୍ଟ ସାର୍ଟ ପିନ୍ଧି ରେଡି ବିସ୍କୁଟ ଖିର ମାଁ ବୁତ୍ରେଇ ଦେଇଛେ ସ୍କୁଲ ଯିବା ମୋର୍ ଛୁଆ ପଢି । କବାଟ୍ ଖୁଲି ବାହାର୍ କେ ଆଇଲି ଶୁନ୍ ଶାନ୍ , ଛିନ୍ ଛାନ୍ ସଂସାରେ ଆକାଶ୍ ଅଧା କଳା କି ଧଳା ତ ଚିଁ ଚାଁ ଖୁଁ ଖାଁ ଶବ୍ଦ ଭରେ । ମୋର୍ ସାଙ୍ଗେ ସାଙ୍ଗେ ଗଛ୍ ଖୁଁଟ୍ ବି ଚାଲ୍ ଲେ ଦୁକାନ୍ ବାଡି , ବଜାର୍ ଲୋକ୍ ଭି ଘଣ୍ଟି ଶୁଭୁଛେ ଠନ୍ ଠନ୍ ଯେ ଛୁଆ ପିଲା ସବ୍ ଢୁକ୍ ଲେନ ଭି । ମହାଶ୍ୱେତା ଦାଶ
Ad
Poetry Books 50% Off
Bestselling collections from top poets
Shop Now →
