ଝିଅ
ଝିଅ ବୋଲି ତାକୁ ଭାବନାହିଁ ହୀନ ଅମୂଲ୍ୟ ରତନ ଟିଏ । ଘର ଝିଅ ଘରଟି ସୁନ୍ଦର ସରଗର ପରି ସିଏ । ସେନେହ ମମତା ଦୁଃଖ,ସୁଖ ସାଥେ ସଭିଙ୍କୁ କଳେଇ ନିଏ । ନିଜେ ଦୁଃଖ ସହି ସୁଖ ବାଣ୍ଟିଚାଲେ ତା 'ପରି ହୋଇବ କିଏ । ବାପା ମାଆଙ୍କର ଅଲୀଅଳି ଝିଅ ସୁନା ବୋହୁ ଶାଶୁ ଘରେ । ଦୁଇକଳ ହିତେ ଅଟେ ସେ ଦୁହିତା ବୁଝି ଯାଅ ତାକୁ ଥରେ । ବାପଘର ମାନ ରଖିଥାଏ ଧ୍ୟାନ ଶାଶୁ ଘର ସନମାନ । ନିପୁଣ ଭାବରେ ଝିଅଟେ ଲିଭାଏ କରଇ କେତେ ଯତନ । ଆପଣାକୁ ପର ପରକୁ ଆପଣା କରି ପାରୁଥାଏ ଯିଏ । ସହନ ଶୀଳର ଜୀବନ୍ତ ପ୍ରତିମା ଅଟେ ପରା ଝିଅ ସିଏ । ମାନବ ସମାଜେ ସୃଷ୍ଟି ସଂଜୀବନୀ ଆଗକୁ ବଢାଇ ନିଏ । ସେ ଜୟା ଜନନୀ ଭଗିନୀ ରୂପେରେ ତ୍ରୀ ଶକ୍ତି ର ରୂପ ଟିଏ । ଆଜିର ଝିଅଟି କାଲିର ଭବିଷ୍ୟ ସୁଦୃଢ଼ ସପନ ଟିଏ । ସଂସାର ରଥରେ ସେ ଦକ୍ଷ ସାରଥୀ ଝିଅଟି ଚଳାଇ ନିଏ । ଝିଅ ନୁହେଁ ସେତ ଦେବୀ ପ୍ରତିମା ଅଟେ ଯାହାର କପାଳେ ଥାଏ । ତା 'ଘରେ ମନ୍ଦିରେ ଜନମ ନିଏ ସେ ଝିଅ ରୂପେ ତାକୁ ପାଏ । ଏ ଅଧମ କବି ଭାବେ ଅନୁଭବି ଝିଅ କଥା ସିନା କୁହେ ସୁଜ୍ଞାନୀ ପାଠକେ ବିଚାର କରିବେ ଝିଅ କି ରତନ ନୁହେଁ ?? ✨✨✨
Poetry Books 50% Off
Bestselling collections from top poets
