🎊କହିଲେ କହୁଛ କହିଲା 🎊
🎊କହିଲେ କହୁଛ କହିଲା 🎊 @ବିଘ୍ନେଶ୍ୱର ବାରିକ କହିଲେ କହୁଛ କହିଲା । ନକହିଲେ ବି କହୁଛ କହିଲା । କହିବି ତ କଣ କହିବି । କହିବି ତ କେତେ କହିବି । କହି କହି ଥକି ଗଲିଣି ହେଲେ । କହୁଛ କାଇଁ କିଛି ତ କହୁନ । କହିଲେ କହୁଛ କହିଲା ।। ଦେଖିଲେ ବି କହୁଛ । ନଦେଖିଲେ ବି କହୁଛ । ଯେତେ ଯାହା କଲେ ବି କହୁଛ । ତୁମେ କୁହ କଣ ବା କରିବି । ଯେତେ କଲେ ବି କହୁଛ । କହିଲେ କହୁଛ କହିଲା ।। ଏଣେ ଗଲେ କି ଶେଣେ ଗଲେ କହୁଛ । ତୁମେ କୁହ ମୁଁ କୁଆଡ଼େ ଯିବି । ଯୁଆଡ଼େ ଗଲେ ବି କହୁଛ । ଏକୁ ଖାଇବି କି ତାକୁ ଖାଇବି । ଯାହା ବି ଖାଇଲେ କହୁଛ । ତୁମେ କୁହ କଣ ଖାଇବି । କହିଲେ କହୁଛ କହିଲା ।। ଏଠି ରହିଲେ କହୁଛ । ସେଠି କି ଗଲେ ବି କହୁଛ । ଭଲରେ ଥିଲେ କହୁଛ । ଭେଲରେ ଥିଲେ ବି କହୁଛ । ଯଦି ମୁଁ କିଛି କହୁଛି । କହିଲେ କହୁଛ କହିଲା ।। ନା ସାପ ମରୁଛି । ନା ବାଡ଼ି ଭାଙ୍ଗୁଛି । ଯାହା ବି କରିଲେ କହୁଛ। ମୁଁ ନିଜେ ବି ଜାଣିପାରୁନି କରିବି ତ କଣ କରିବି । ଯାହା କଲେ କି କହିଲେ କହୁଛ କହିଲା ।। କହିଲେ କହୁଛ କହିଲା ।।
Poetry Books 50% Off
Bestselling collections from top poets
