ମନେପଡେ ମୋ ପିଲାଦିନ....
କାଳର କରାଳ ଗତିରେ ଜୀବନର ଛକିଶୁନ ପଥରେ ମନେପଡ଼ନ୍ତି ମୋ ସାଙ୍ଗସାଥି ମନେପଡେ ମୋ ପିଲାଦିନ ସ୍ମୃତି..... (୧) ମିଛମିଛିକା ସେ ବହୁଚୋରି ଖେଳ ମନକୁ କରେ ମୋ ଭାବ ବିହ୍ଵଳ ମନେପଡେ ମୋ ଖରା ବେଳ ଆମ୍ବଚୋରି ମନେପଡେ ମୋ ଅଜାଙ୍କ ଚାତୁରୀ..... (୨ ବର୍ଷା ଦିନର କାଗଜ ଡ଼ଙ୍ଗା ଖେଳ ସାଙ୍ଗସାଥିମେଳେ ବିତାଉଥିଲି ବେଳ ଫେରିଆସନ୍ତାକି ମୋ ପିଲାଦିନ କାଳ ଭାରି ମନେପଡେ ଚୋରପୋଲିସ ଖେଳ........ (୩) କାନ୍ଦୁଥିଲି ଯେବେ ମୁଁ କଇଁ କଇଁ ହୋଇ ବାପା ମୋ ପାଇଁ କଣ୍ଢେଇ କିଣି ଆଣଇ ଭାରି ମନେପଡେ ମୋ ଦାଦା ମାଆ କଥା ଇଛା ହୁଏ ତୋ କୋଳ ରେ ରଖିବାକୁ ମଥା..... (୪) ଠାକୁର ଘର ର ଘଣ୍ଟି ଯେବେ ବାଜଇ ତଳେପଡି ହାତଯୋଡି ଶୋଇପଡଇ ସମୟ ସ୍ରୋତ ରେ ଯାଇଛି ବିତି ମୋ ପିଲାଦିନ ର ଅଭୁଲା ସ୍ମୃତି.........(୫) #ରଞ୍ଜିତା........
Ad
Poetry Books 50% Off
Bestselling collections from top poets
Shop Now →
