ପିତୃମାତୃସେବା :-🙏🫀🌏
ପିତାମାତା ସେବା ପ୍ରଥମ କର୍ତ୍ତବ୍ୟ ସନ୍ତାନ ମାନଙ୍କ ପାଇଁ ତାଙ୍କ ମନ ଜାଣି ଯେ କରଇ ସେବା ସୁପୁତ୍ରୀ ବୋଲାଏ ସେହି ।୧। ପିତାମାତା ଆଜ୍ଞା ପାଳନ ସହିତ ଯେ ନିତ୍ୟ ସେବେ ତା ପାଦ ସକଳ ଐଶ୍ୱର୍ଯ୍ୟ ପ୍ରାପ୍ତ ହୁଏ ତାକୁ ନପଡେ କେବେ ପ୍ରମାଦ।୨। ଏକାନ୍ତ ଭକ୍ତିରେ ପିତାମାତା ଙ୍କୁ ଯେ ପ୍ରାତଃ,ସାୟାହ୍ନେ ସ୍ମରଇ ସପ୍ତ ଜନମର ପାପରୁ ମୁକତ ଅବଶ୍ୟ ହୁଅଇ ସେହି।୩। ବେଦ,ଗଙ୍ଗା,ଗୀତା ଠାରୁ ବଳି ଆଉ ଶାସ୍ତ୍ର, ନଦୀ, ଜ୍ଞାନ ନାହିଁ ସେହିଭଳି ପିତାମାତା ଠାରୁ ବଳି ଦେବତା ନାହାନ୍ତି କେହି।୪। ମାତା ଯେ ଅଟନ୍ତି ସର୍ବ ତୀର୍ଥମୟୀ ପିତା ସର୍ବ ଦେବ ରୂପ ଏ ସତ୍ୟ ଚିନ୍ତନ କରି ତାଙ୍କ ପୂଜା କଲେ କଟେ ସର୍ବ ପାପ ।୫। ଯେ ସନ୍ତାନ ଭକ୍ତି ସହିତ ତାହାଙ୍କୁ ପ୍ରଦକ୍ଷିଣ କରିଥାଏ ସମଗ୍ର ପୃଥିବୀ ପରିକ୍ରମା ଫଳ ପ୍ରାପ୍ତ ହୋଇଥାଏ ସିଏ ।୬। ଆଣ୍ଠୁ,ପାଦ, ମୁଣ୍ଡ ଭୂମି ସ୍ପର୍ଶ କରି ତାଙ୍କୁ ଯେ ପ୍ରଣାମ କରେ ଅକ୍ଷୟ ସରଗ ସୁଖ ଲଭି ସଦା ଯଶ ଅର୍ଜେ କାଳେ କାଳେ ୭। ମାତାପିତା ଠାରୁ ନାହିଁ କେହି ବଡ଼ ଗତି ମୁକ୍ତି ଦାତା ସିଏ ତାଙ୍କରି ସେବାର ଆଶୀର୍ବାଦ ଫଳେ ବଇକୁଣ୍ଠ ପ୍ରାପ୍ତ ହୁଏ ।୮। ବଲାଙ୍ଗୀର
Poetry Books 50% Off
Bestselling collections from top poets
