କଣ ସେ ତୁମେ ନୁହଁ ତ?
ଆଜି କାହାର ପାଦ ଶବଦରେ ଖୋଲିଯାଏ କାହିଁ କେତେଦିନୁ ବନ୍ଦ ଥିବା ମନ ଦରଜା ଆଜି କାହାର ଅଲେଖା ସ୍ମୃତିରେ ଓଦା ହୁଏ ମୋ ଆଖି ପରଦା। ଆଜି କାହାର ପାଉଁଜିର ରୁଣୁ ଝୁଣୁ ସୁରେ ମନ ମୋର ଆନମନା ଆଜି କାହାର ହୃଦୟର ସ୍ପନ୍ଦନରେ ପାଦ ମୋର ବାଟବଣା। ଆଜି କାହାର ଓଦା କେଶର ଛିଟାରେ ଆଙ୍କି ହୋଇଯାଏ କେତେ ଯେ ସବିତା ଆଜି କାହାର ଗୋଲାପି ଓଠର ମିଠା ଛୁଆଁରେ ଲେଖି ହୋଇଯାଏ କେତେ ଯେ କବିତା। ଆଜି ଯାହାର ହାତର କୋମଳ ସ୍ପର୍ଶ ଫେରାଇ ଦିଏ କେତେ ଯେ ଅତୀତ ଆଜି ଯାହାର ସିନ୍ଦୁର ଦେଖି ମନରେ ଏତେ ଦରଦ କ'ଣ ସିଏ ତୁମେ ନୁହଁ ତ? ଆଜି ଯାହାର ଚୁଡିର ଚମକରେ ମନରେ କେତେ ଯେ ଭାବନା ଆଜି ଯାହାର ଆସିବା ଖବର ଶୁଣି ହୃଦୟରେ କେତେ ଯେ କାମନା ଆଜି ଯାହାର କଜଳ ମଖା ଆଖି ଦେଖି ଆଶା ମୋର ଅଶାନ୍ତ କଣ ସିଏ ତୁମେ ନୁହଁ ତ?
Ad
Poetry Books 50% Off
Bestselling collections from top poets
Shop Now →
