ବାଘଲଟି
ବାଘଲଟି ଡ୍ଯାମ ଆତଙ୍କିତ କରେ ନଈବଢି ହୋଇଗଲେ, ସୁଇସ୍ ଗେଟ୍ ପରା ସୁରକ୍ଷା ଦିଏ ବନ୍ଯାପାଣି ଛାଡିଦେଲେ। ପୋତି ଯାଇଅଛି ଅନେକ ଗାଁ ଗଣ୍ଡା ଆଜି ବି ପ୍ରମାଣ ଅଛି, ବିସ୍ଥାପିତ ଲୋକେ ବୁଡି ଅଞ୍ଚଳରେ ଜମି ପାଇଁ କାନ୍ଦୁଅଛି। ଥରେ ନୁହେଁ କି ଦୁଇଥର ନୁହଁ କନ୍ଦାଇଛି ଏ ବରଷା, ଅନେକ ବାର ପାଣିର ଘେରରେ ବୁଢିଛି ବଣିଆବସା। ପ୍ରଶାସନର ପ୍ରତିଶୃତି ପରେ ଏ ଅଞ୍ଚଳ ହେଲା ଖାଲି, ଏ ମାଟିପାଣି ଛାଡି ସ୍ଥାନାନ୍ତର ହୋଇ ଜୀବନ କଟୁଛି କରି କୁଲି। ✍️ତ୍ରିଲୋଚନ
Ad
Poetry Books 50% Off
Bestselling collections from top poets
Shop Now →
