ଭିତର କଥା
ମନ ମୋର ବହୁ ଅଶାନ୍ତ ଅଛି,ସମୟ ବହୁତ ଧୀରେ ଯାଉଛି, ମୋ ଧନର ପ୍ରୀତିକ୍ଷା, ମୋତେ ଭାରି ଅଧୀର କରୁଛି || ଜାଣି ପାରୁନି କେମିତି କାଟିବି,ବିଶାଳ ଦିନ ଅନ୍ଧାର ରାତି, ସବୁବେଳ ମନ ଆନ୍ଦୋଳିତ ହୁଏ,ଧନ ମୋର ଅଛି କେମିତି || ମନ ଟା ପାପ ଛୁଁଉଛି,ରାଣୀ ମୋ କଲା କି ପର ପୀରତି, ଧର୍ଯ୍ୟ ନହରାଇ ଅପେକ୍ଷା କରିଛି,ଜାଣିନି କଣ ହେବ ମୋର ସ୍ଥିତି || ସକାଳ ସନ୍ଧ୍ୟା ରେ ଯେ ମୋତେ ଖୋଜଇ, ତାଙ୍କର ତ କିଛି ଖବର ନାହିଁ , ସାକ୍ଷୀ ରହିଥା ଆରେ ସମୟ,ସତ କହିବୁ ତା ବିନା କେହି ନାହିଁ ତ ମୋର || ଧନ ଟା ମୋର ଭାରି ସରଳୀ, ସବୁ କଥାରେ ସେ ହସି ଦିଅଇ, ତା ହସ ଦେଖି ଟୋକା ହେବେ ପାଗଳ, ଏହା ଭାବି ମୋତେ ଲାଗଇ ଡର || ମନ ଟା ମୋର ପାପ ଛୁଉଁଛି,ହୃଦୟ ତ ତାଙ୍କ ନାମ ଜପୁଛି , ହୃଦୟ କଥା ଧନ ନିଶ୍ଚେ ଶୁଣିବେ, ମୋ ଛଡା କାହାକୁ ମନ ନ ଦେବେ ||
Ad
Poetry Books 50% Off
Bestselling collections from top poets
Shop Now →
