ହଁ... ମୁଁ ସେଇ..
ହଁ.. ମୁଁ ସେଇ ଯେ, ଗ୍ରୀଷ୍ମ ର ଝାଞ୍ଜି ରେ ଶୀତଳ ପବନେ ନଈକୂଳେ ବସିବାକୁ ଭଲପାଏ........ ଆଉ ବିତିଯାଇଥିବା ଦିନକୁ ଶବ୍ଦ ରେ ଯୋଡ଼ି କବିତା ଲେଖିବାକୁ ଭଲପାଏ....... ହଁ... ମୁଁ ସେଇ ଯେ, ପୁନେଇଁ ଚନ୍ଦ୍ରମା ସାଥେ କଥା ହେଇ ଏକା ଏକା ଚାଲିବାକୁ ଭଲପାଏ..... ଆଉ ମୟୂର ଚୂଳକୁ ଡାଏରୀ ରେ ସଜେଇ ପାଗେଳୀ ପରି ମନେରୁ କେତେ କଣ ଲେଖି ଯାଏ.... ହଁ.. ମୁଁ ସେଇ ଯେ, ସଫା ସଫା ନୀଳ ଆକାଶ ରେ ପକ୍ଷୀ ଗଣିବାକୁ ଭଲପାଏ.... ଦୂରରୁ ଶୁଭୁଥିବା ସଂଗୀତ ର ସୂରେ ସୂରେ ମନ ଖୋଲି ନାଚୁଥାଏ........ #ରଞ୍ଜିତା......
Ad
Poetry Books 50% Off
Bestselling collections from top poets
Shop Now →
