କୋହ
ତୀକ୍ଷ୍ଣ ଅସିଧାରେ ସୂକ୍ଷ୍ମ ରକ୍ତ ବିନ୍ଦୁ ବହିଆସେ ଧୀରେ ଧୀରେ କାକର ର ଓଷେ ଦଗ୍ଧ ଆମ୍ର ଇନ୍ଦୁ ନୟନେ ଲୋତକ ଭରେ। ଲୋତକ ଭରା ସେ ଉଚ୍ଛୁଳା ପରଦା ସତେ କି ପୁଞ୍ଜାଏ ତାରା ସଞ୍ଜ ଦୀପ ଦେଖି ଚଉଁରା ମୂଳରେ ହୁଅଇ ମୁଁ ସର୍ବହରା। ନବ ସରସୀ ର ନୂତନ ଜୀବନେ ଅତୀତ ଭ୍ରମର ଦାହ ନବ ସୁରୁଜର ନୂତନ କିରଣେ ଚନ୍ଦର ଉଦିଆ କୋହ।
Ad
Poetry Books 50% Off
Bestselling collections from top poets
Shop Now →
