କବାଟ
ବର୍ଷ ବର୍ଷ ଅପେକ୍ଷା କରି ନିସ୍ତେଜ ହୋଇ ପଡୁନି ରାତିର ଅନ୍ଧାର ଦେଖିଛି ସେ ପୁଣି ଦେଖିଛି, ଦୁଃଖ ଭରା କେତେ କାହାଣୀ।। କାହାର ଆଖିର ଲୁହରେ ଭିଜିଛି ସେ କାହା ଛଳନା ରେ କାନ୍ଦିଛି, ଝଡ ତୋଫାନ ରେ ପଥର ପରିକା ଟାଣ ହୋଇ ସେ ରହିଛି।। କେତେ ବିଭାଘର ,କେତେ ପରବରେ ନିଜକୁ ସଜେଇ ଦେଇଛି, ପୁଣି ମଲା ବେଳେ ସାଥୀ ଟିଏ ହୋଇ ମଶାଣିକୁ, ବାଟ ସେ କଢ଼େଇ ନେଇଛି।। କାହା ଝାଳରେ , ତା ଛାତି କୁ ସମ୍ଭାଳି ସାନ୍ତ୍ଵନା ସେ ଦେଇଛି, ବୁଢ଼ା ବୟସରେ , ନୂଆ ସାଥୀ ପାଇଁ ଜଳାଞ୍ଜଳି ସେ ଦେଇଛି।। ଫଗୁଣ ଦେଶର ରାଜ କୁମାରୀ ସହ ଶ୍ରାବଣ ରେ ଆଜି ଭିଜିଛି, କବାଟ ଫାଙ୍କରେ , ତିର୍ଚ୍ଛ ନଜରରେ ତା ପ୍ରେମକୁ ଅପେକ୍ଷା କରିଛି।। ବୁଢ଼ୀ ମା ର ଗପ ଶୁଣି ଶୁଣି ପିଲାଙ୍କ ସହ ହସିଛି ନାତିଆ ଟୋକାର ଆଣ୍ଠୁ ବାଜି ଆହା ପଦେ ସେ କହିଛି।। କେବେ ଅଦିନିଆ ସପନେ ,ଚାନ୍ଦକୁ ଚାହିଁ କବିତା ସହ ଝୁରିଛି, କେବେ ଭାଇର ରାକ୍ଷୀକୁ,ଭଉଣୀ ସହିତ ଅପେକ୍ଷା କରି ସେ ବସିଛି।। ମାଆ ପରି ସେ ପଣତ ଦେଖାଇ ବର୍ଷାଝାଞ୍ଜି ସବୁ ସହିଛି ବାପା ପରି ସେ ମୂରବୀ ସାଜି ଆମକୁ ରକ୍ଷା କରିଛି।। ଆଖିର ଲୁହରେ ଆଖିକୁ ମିଶାଇ ଦର୍ପଣ ରେ ସେ ଦେଖିଛି ପୁଣି ଅମାବାସ୍ୟା ଠାରୁ ପୂର୍ଣ୍ଣମୀ ଯାଏଁ ମୋ ବାଟ ଚାହିଁ ସେ ବସିଛି।।
Poetry Books 50% Off
Bestselling collections from top poets
