ମୁଁ ଆଉ ସେ ❤️
ସେ ଉଛୁଳା ନଦୀ ର ଢେଉ; ମୁଁ ସମୁଦ୍ର ମଧ୍ୟ ର ସ୍ଥିରତା... ସେ ଆଲୁଅ ଚାରି ପାଖ ରେ ଉଡୁଥିବା ଏକ ରଙ୍ଗୀନ୍ ପ୍ରଜାପତି; ଆଉ ମୁଁ ଆଲୋକ ଶିଖା ରେ ପୋଡ଼ି ଯାଇଥିବା ସନ୍ଧ୍ୟା ବଳିତା... ସେ ପୂର୍ଣ୍ଣିମା ର ରୂପା ଜହ୍ନ ଟିଏ; ମୁଁ ବିଦଗ୍ଧ ରାତି ର ଅମା ଅନ୍ଧକାର.. ସେ ପୁରା ଲେଖା ବହି; ମୁଁ ଅଧା ଲେଖା ଖାତା... ଆଉ ସେ ଆଈ ମା କାହାଣୀ ; ମୁଁ ଅକୁହା କଥା... ସେ ଉତ୍ତପ୍ତ ସୂର୍ଯ୍ୟ; ମୁଁ ଶାନ୍ତ ଚନ୍ଦ୍ରମା... ଆଉ ସେ, ବିସ୍ତୃତ ଆକାଶ ; ମୁଁ ଆବଦ୍ଧ ପରିସୀମା ....✍🏽
Ad
Poetry Books 50% Off
Bestselling collections from top poets
Shop Now →
