ଏ ନଭେମ୍ବର 🌻
ନଭେମ୍ବର ଆସିଛି କାକର ବିନ୍ଦୁକୁ ଧରି , ଯାହା ଝଲସୁଛି ଧାନ କ୍ଷେତରେ ମୁକ୍ତା ପରି ।। ଏ ନଭେମ୍ବର ସକାଳୁ ଉଠି କେବେ ଶୀତରେ ଗଙ୍ଗଶିଉଳି ତୋଳିବ , ତ ପୁଣି କେବେ ମଧୁମାଳତୀ ପରି ସୁନ୍ଦର ଦେଖାଯିବ ।। ହଁ ଏହି ନଭେମ୍ବର ପୁଣି କେବେ ଅଳସୀ କ୍ଷେତରେ ଅମାନିଆ ଝିଅ ପରି ବିଚରଣ କରିବ , ସତରେ ଏ ନଭେମ୍ବର ଅରୁଣିମାର ରଙ୍ଗରେ ମୁରୁଜକୁ ପକେଇ ଦବ ।। ଆଉ ପୁଣି କେତେବେଳେ ସନ୍ଧ୍ୟାରେ ମାଟିଦୀପର ଶିଖା ହୋଇଯାଏ , ଆଉ କେବେ ମଖମଲ ଶୀତ ପୋଷାକରେ ସୁନ୍ଦର ଦେଖାଯାଏ ।। ପୁଣି କେବେ ଏହି ନଭେମ୍ବର ପାହାନ୍ତି ପହରୁ ଉଠି ନାଲି ଧଳା ଶାଢ଼ୀଟିଏ ପିନ୍ଧି ହୁଳହୁଳି ଦିଏ , ଚାଷୀଟିଏ ଅର୍ଥ ସଂଚୟ କରି ରଖିଥାଏ ନିଜ ସପନ ରାଜଉଆସର ଶୁଭ ପକେଇବା ପାଇଁ ।। ନଭେମ୍ବରର ଶୀତୁଆ ସକାଳ ; ବାଲ୍ଟିର ସେ ଥଣ୍ଡା ପାଣି , ଆଉ ମୋର ସେଇ ଜୟ ଶ୍ରୀରାମ ଧ୍ବନି ସହିତ କାକ ସ୍ନାନ 😂😂 ।। ହଁ ଏ ନଭେମ୍ବର ଜମା ଅଳସୁଇ ନୁହଁ ବରଂ ସୁକୁମାରୀ ; ସତେଯେପରି ଗେଣ୍ଡୁଫୁଲ ପରି ସତେଜ ।। କେବେ ସକାଳର ଶିଶିର ପରି ପୁଣି କେବେ ଅପରାହ୍ଣର ଗରମ ଚା ପରି ।। ହଁ ଏହି ନଭେମ୍ବର ମୋତେ କବିତାର ଶବ୍ଦ ଶିଖାଏ ; ତ କେବେ ନିଜେ ଗୋଟେ କବିତା ହୋଇ ମୋ ଡାଏରୀରେ ନୂଆପୃଷ୍ଠା ହୋଇ ରହିଯାଏ ।। 📝
Poetry Books 50% Off
Bestselling collections from top poets
