ପ୍ରତ୍ୟାଖାନ
ସ୍ୱର୍ଗ କୁ ଆଜି ମୁଁ ପ୍ରତ୍ୟାଖାନ କାଲି, ମର୍ତ୍ୟ ରେ ରହିବା ପାଇଁ, ମର୍ତ୍ୟ ରାଜନୀତି ଭରୀ କଷ୍ଟ ଦିଏ, ଭ୍ରଷ୍ଟାଚାରୀ ରାଜନେତାଙ୍କ ପାଇଁ | ଆମ ଝାଳବୁହା ଟାକ୍ସ ଟଙ୍କାରେ ନୂଆ ପ୍ରକଳ୍ପ କରନ୍ତି, ତାଙ୍କ ଦଳ ଦେଇଛି କହି, ଵାହସ୍ପଟ କେତେ ମାରନ୍ତି | ନାରୀ ନିଜ୍ୟାତନା ରୋକିବା ପାଇଁ ବିଭିନ୍ନ ନିଅମ କରନ୍ତି, ନିଜ ଘରୁ ଦପ୍ତର ପର୍ଯ୍ୟନ୍ତ, ନାରୀକୁ ନିର୍ଯାତନା ଦିଅନ୍ତି | ଧର୍ମ, ଜାତି କୁ ସେ ଆପସେ ଲଢେଇ, କେତେଯେ ରକ୍ତ ବୁହାନ୍ତି, ଭୋଟ ବେଳେ ଜାତି ଉଦାରତା, ଧର୍ମ ନୀରିପେକ୍ଷ ବୋଲି ଦେଖେଇ ହୁଅନ୍ତି | ଧର୍ମ କୁ ଆଜି ମୁଁ ପ୍ରତ୍ୟାଖାନ କଲି, ଅଧର୍ମି ହୋଇ ବଞ୍ଚିବି, ଧର୍ମ ଗୁରୁମାଙ୍କ ପାଖଣ୍ଡି ବଚନ, ତିଳେ ମାତ୍ର ଗ୍ରହଣ ନକରିବି | ମାନବ ଧର୍ମ କୁ ବଞ୍ଚାଇବା ପାଇଁ, ଟିକେ ପ୍ରୟାସ କରିବି, ଆମେ ବଦଳିଲେ ଦେଶ ବଦଳିବ, ଦଙ୍ଗା, ଜାତିବାଦ ମୂଳ ପୋଛା ହେବ, ତେବେ ଯାଇ ମୋ ଦେଶ ଭାରତ, ସ୍ୱର୍ଗ ଠାରୁ ବଳିଯିବ |
Ad
Poetry Books 50% Off
Bestselling collections from top poets
Shop Now →
