ତମେ ଆଉ ମୁଁ
ତମେ ହେଉଛ ଆକର୍ଷିତ ପଙ୍କଜ ଆଉ ମୁଁ ହେଉଛି ବାଟର ପଥିକ ତମେ ହେଉଛ ମଲ୍ଲାହାରର ମୃଗତୃଷ୍ଣା ଆଉ ମୁଁ ହେଉଛି ଭ୍ରମିତ ଭଅଁର ତମେ ହେଉଛ ତିମିରର ଝଙ୍କାର ମୁଁ ହେଉଛି ସେହି ଅନ୍ଧକାରର କୁହେଳିକ। ତୁମେ ହେଉଛି ନିଘଞ୍ଚ କାନନ ମୁଁ ହେଉଛି ଦିଗହରା ପକ୍ଷୀ ତୁମେ ହେଉଛି ଏକ ମାୟାବୀ ଜାଲ ମୁଁ ହେଉଛି ସେହି ଜାଲରେ ପଡ଼ିଥିବା ମାଛ ତୁମେ ହେଉଛ ଏକ ଅବୁଝା ଗପ ମୁଁ ହେଉଛି ତା'ର ପାଠକ ତୁମେ ହେଉଛ ବିଶାଳ ସାଗର ମୁଁ ହେଉଛି ସେହି ସାଗରରେ ଭାସି ବୁଲୁଥିବା ଶାମୁକା ତୁମେ ହେଉଛି ସେହି ପଥର ମାଟି ମୁଁ ହେଉଛି ସୂକ୍ଷ୍ମ ଜଳକଣା ତୁମେ ହେଉଛ ମଳୟ ପବନ ଆଉ ମୁଁ ହେଉଛି ଖଣ୍ଡ ବିଖଣ୍ଡିତ ବାଦଲ ତୁମେ ହେଉଛ ସାତରଙ୍ଗି ଇନ୍ଦ୍ରଧନୁ ମୁଁ ହେଉଛି ଇନ୍ଦ୍ରଧନୁ କୁ ବଖାଣୁଥିବା କବିତା _____________________ 🌼🌼🌼
Poetry Books 50% Off
Bestselling collections from top poets
