ଚାରା ଓ ଶିଶୁ
କ୍ରିଡନକ ନୁହେଁ ତୁମ ହାତର ନୁହେଁ ଅପଦାର୍ଥ ରାସ୍ତାକଡର।। ବଞ୍ଚିବାକୁ ଦିଅ ମୋତେ ସମ୍ମାନେ ମୋ ପାଇଁ ସୁଖେ ବଞ୍ଚିବେ ଜନେ।। ବୋଝ ନୋହିବି ମୁ କେବେ ତୁମକୁ ସୁରକ୍ଷିତ ରଖ ମୋ ଜୀବନକୁ।। ବଡ଼ ହୋଇ ତୁମ ସେବା କରିବି କର୍ତ୍ତବ୍ୟ କୁ ମୋର ଭୁଲି ନ ଯିବି ।। ତୁମ ହିତ ପାଇଁ ସବୁ କରିବି ଜୀବନ ଦେବାକୁ ଅଭୟ ହେବି ।। ହେଇପାରେ ଗଛ, ହେଇପାରେ ମୁ ଶିଶୁ ମୋ ପାଇଁ ଧରା ସୁନ୍ଦର ଦିଶୁ।।
Ad
Poetry Books 50% Off
Bestselling collections from top poets
Shop Now →
