ମୁଁ ଆଉ ମୋ ପ୍ରେମିକା
ଅଭିମାନିନି ଗୋ ଗଜଗାମିନୀ ତୁ ଫୁଲେଇ ମୋ ପ୍ରିୟତମା । ପାଖେ ମୋର ଥିଲେ ଭାରି ଭଲଲାଗୁ ଦୁରେ ଗଲେ ଆନମନା।। ତୋ ବିନା ମନ ବୁଝେନା.... ତୋ ବିନା ଭଲ ଲାଗେନା....(ଘୋଷା) ମୋ ମନ ମନ୍ଦିରେ ତୁ ଲୋ ମହାରାଣୀ ତୋ ବିନା ଭଲ ଲାଗେନା...... (୨) ସୁକୁମାରୀ ମୋର ସ୍ବପ୍ନ ର ପ୍ରେମିକା ସନ୍ଦେହି ତୁ ମନୋରମା । ସପନ ରେ କାଳେ କିଏ ଆସିଯିବ ଶୋଇବାକୁ କରୁ ମନା..।। ସ୍ଵପ୍ନ ସବୁ ଅନାବନା..... 😇 ମୋ ସବୁ ସ୍ଵପ୍ନ ର ତୁ ଯେ, ମାଲିକାଣୀ ତୋ ବିନା ଭଲ ଲାଗେନା। ତୋବିନା ଭଲ ଲାଗେନା ।। ଗୋଲାପ ତୁ ମୋର ମନର ନାୟିକା ଗୋଲାପି ତୋ ଦେହ ବାସ୍ନା.... ଗୋରା ଦେହ ତୋର ଗହମ ରଙ୍ଗ ର ଗରମ ରେ ଲାଗୁ ତୃଷ୍ଣା ।। କହିବାକୁ ତୋତେ ମନା... କେମିତି ରହୁଛି କହ ତୁ ସୁନ୍ଦରୀ ତୋ ବିନା ଭଲ ଲାଗେନା...... ତୋ ବିନା ଭଲ ଲାଗେନା... କବିତା ଟେ ତୁ କେଉଁ ଲେଖକ ର ଲେଖିବାକୁ ମୋତେ ମନା ..। ଗୀତ ଟେ ତୁ କେଉଁ ଗାୟକର ଗାଇବାକୁ ମୋତେ ମନା..।। ଚାହିଁବାକୁ ମୋତେ ମନା.... ଚାହିଁବି.. ଛୁଇଁବି.. ଲେଖିବି..ଗାଇବି... ତୋ ବିନା ଭଲ ଲାଗେନା.... ତୋ ବିନା ଭଲ ଲାଗେନା.... ।।
Poetry Books 50% Off
Bestselling collections from top poets
