ଆହେ କୃପାସିନ୍ଧୁ
ବିଜେ କରିଅଛ ରତ୍ନ ସିଂହାସନେ, ମୋର ଡାକ କି ଅବା ପଡୁନି କାନେ । ନନ୍ଦିଘୋଷ ରଥେ କରୁଚ ଭ୍ରମଣ, ଡାକି ଡାକି ମୋର ଗଲାଣି ପରାଣ । ଭକତି ଭାବରେ ତୁମେ ଅଛ ବନ୍ଧା, ଭକତି ପ୍ରେମରେ ହୋଇଅଛ ଛନ୍ଦା । ମୋ ଭକତିରେ ପ୍ରଭୁ କି ଅବା ଉଣା, ମୋହ ପ୍ରତିରେ କାହିଁ ଗଲା କରୁଣା । ଜାଣେ ମୋ କର୍ମ ବାଙ୍କ ନୁହେଁ ସଳଖ, ତୋ ଦୃଷ୍ଟି ଆଢ଼ୁଆଳେ ଭୋଗୁଛି ଦୁଃଖ । ଏ ମାୟା ଜାଲ ରେ ଛନ୍ଦି ମୁଁ ଗଲିଣି, ସଂଘର୍ଷ କରି କରି ଥକି ଗଲିଣି । ଜଗତ କର୍ତ୍ତା ଆହେ ଚକାନୟନ, ମୋ ପାଇଁ କାହିଁ ପ୍ରଭୁ ଅଛ ମଉନ । କୃପା ଦୃଷ୍ଟି ବାରେ ମୋ ଦିଅ କୃପାଳୁ, ଦୁଃଖ ଶୋକ ମୋ ଦୂର କର ଦୟାଳୁ।
Ad
Poetry Books 50% Off
Bestselling collections from top poets
Shop Now →
