ଜୀବନ
ଜୀବନ ଟା ନୂଆଖାଇ ର ନୂଆ ବାସ୍ନା ପରି ପୁଣି ଆଷାଢ଼ ର ବାହୁଡା଼ ଯାତ୍ରା ପରି କେବେ ନୂଆ କେବେ ପୁରୁଣା କେବେ ସିଧା କେବେ ଓଲଟା କେବେ ହସ ର ସୁଆର କେବେ ଲୁହ ର ଧାର କେବେ ଲୁହ ଝରି ଓଦା କରିଦିଏ ପରିହିତ ବସ୍ତ୍ର କୁ ତ କେବେ ଓଠ ଶୋଷି ନିଏ ସେ ନିଆ ର ଧାରା କୁ ଫାଲଗୁନ ର ଫଗୁ ବି ରଙ୍ଗହିନ ଶ୍ରାବଣ ର ମୁଷଳ ଧାରା ବି ଶୁଖିଲା ତଥାପି ଜୀବନ ତଥାପି ଜୀବନ ଆଖି ଭୁଲେ ସପନ ତାରା ଭୁଲେ ଗଗନ ଜହ୍ନ ..... ସେ ତ ବଡ଼ବଡ଼ିଆ ଙ୍କ ଖୁସି .... ଜହ୍ନ କୁଆଡେ ବଡ଼ ଲୋକଙ୍କୁ ଦେଖି ହସେ ଆଉ ପୁଣି ଲାଜେଇ ଯାଏ କେ ଜାଣେ .... ରଙ୍ଗ ବେରଙ୍ଗ ଆସ୍ମାନ ତାରା ଶଙ୍ଖା ରୁ ସାବିତ୍ରୀ ବ୍ରତ ରେ ବିଧବା ର ଦୁଃଖ ଯାଏଁ ସବୁ ସହିବାକୁ ହୁଏ ଆଉ ଜିଇଁ ବାକୁ ହୁଏ ବଞ୍ଚିବା ଆଉ ଜିଁବା ଭିତରେ ଥିବା ପତଳା ରେଖା ଟା ହିଁ ଜୀବନ .... ♥️♥️♥️
Ad
Poetry Books 50% Off
Bestselling collections from top poets
Shop Now →
