ଗୁରୁ
ଆମ ହାତ ଧରି ଚାଲିବା ଶିଖାନ୍ତି ଜୀବନର ଚଲାପଥେ ଛାଇ ପରି ସିଏ ପାଖେ ରହିଥାନ୍ତି ସବୁବେଳେ ଆମ ପାଖେ ।। ଆମ ଜୀବନର ସାଧା ସିଲଟ ରେ ଧଳା ଚକଖଡ଼ି ଧରି ଅଙ୍କ କଷୁ କଷୁ ଚିତ୍ରକର ସାଜି ରଙ୍ଗ ଦିଅନ୍ତି ଭରି ।। କେବେ ହସି ଦେଇ କେବେ ଗାଳି ଦେଇ ଦିଅନ୍ତି ଆମକୁ ଜ୍ଞାନ କେବେ ମା ପରି କୋଳେଇ ନିଅନ୍ତି ରଖିବାକୁ ଆମ ମନ ।। ବ୍ରହ୍ମା ଙ୍କ ପରି ଲେଖି ସେ ଜାଣନ୍ତି ଆମ ସଭିଙ୍କ ଭବିଷ୍ୟତ ବିଷ୍ଣୁ ସାଜି ପୁଣି ଆମକୁ ଶିଖାନ୍ତି କଣ ମିଛ କଣ ସତ ।। ଅଜ୍ଞାନ ରୂପକ ଅନ୍ଧକାର ଯେବେ ଜୀବନେ ଆସେ ମାଡି ରୁଦ୍ର ରୂପରେ ଦୂର କରିଥାନ୍ତି ଜ୍ଞାନ ର ତ୍ରିଶୁଳ ଧରି ।। ମହୀ ମଣ୍ଡଳେ ଯେବେ ନାରାୟଣ ଆସନ୍ତି ଦେହ ବହି ଗୁରୁ କୃପା ଲାଗି ସଦାବେଳେ ସିଏ ବ୍ୟାକୁଳ ହୋଇଥାନ୍ତି ।। ସେଇ ଗୁରୁ ଙ୍କ ଚରଣରେ ସଦା ରହିଥାଉ ଆମ ମନ ତାଙ୍କ ଚଲାପଥେ ଚାଲୁଥିବା ନିତି ରଖିବା ତାଙ୍କର ମାନ ।।
Ad
Poetry Books 50% Off
Bestselling collections from top poets
Shop Now →
