ମୁଁ ଯଦି କବି ହୋଇ ଥାଆନ୍ତି
ମୁଁ ଯଦି ଜଣେ କବି ହୋଇ ଥାଆନ୍ତି, ମୋ ଅଛପା ଡାଇରୀ ର ତମେ ହେଇ ଥାନ୍ତ ସବୁ ପୃଷ୍ଠା, ତୁମ ଚୋଟି ବନ୍ଧା କଳା ରିବନ ରେ ବାନ୍ଧି ରଖନ୍ତି ଦି ମୁଠା ଆଶା ଦି ମୁଠା ସ୍ବପ୍ନ । ମୋ ସବୁ ଚିଠିର ଗନ୍ତବ୍ୟ ସ୍ଥଳ ହୋଇ ଥାନ୍ତ ତୁମେ । ପ୍ରତିଟି ଲେଖାର ତାତ୍ପର୍ଯ୍ୟ ହୋଇଥାନ୍ତା ତୁମରି ବର୍ଣ୍ଣନା । ମୋ କଲମର ସ୍ୟାହି କେବଳ ତୁମ ଚାରି ପଟେ ପରିଧି ଟାଣୁଥାନ୍ତ। ତୁମ ଆଖିର କଳା ରଙ୍ଗ ମନ କଲମ ରେ ଭରି ମୁଁ ଆଙ୍କୁ ଥାନ୍ତି ତୁମକୁ । ତମ ଅପଲକ ଚାହାଣୀ ରେ ଦେଖନ୍। ମୋ ସ୍ୱପ୍ନ ସହର ର ପ୍ରତେକ୍ ପ୍ରତିବିମ୍ବ । ରହି ଯାଇଥିବା ମୋ ଅନ୍ଧାର କୋଠରୀ ର ତମେ ହୋଇ ଥାନ୍ତ ଆଶାର ମହମ ବତୀ। ଆଖିରୁ ଝରୁଥିବା ତମ ଲୁହ କୁ ସାଇତି ମୋତି ପରି ସଜାଇ ରଖନ୍ତି ମନ ଆଲମାରୀରେ । ମୋ କବିତାର ନିର୍ଜନ ଷ୍ଟେସନ୍ ତମେ ପହଞ୍ଚିବା ମାତ୍ରେ ମହ ମହ ବାସି ଉଠୁଥାନ୍ତ। । ମୋ ନୀରସ କବିତାରେ ତମ ଲାଜ ସାଜି ଥାନ୍ତା ଅଳଙ୍କାର । ତମ ହସ ସାଜିଥାନ୍ତା ମୋ ଦରଭଙ୍ଗା ଜୀବନ ମୋଟର ସାଇକଲ ର ଇନ୍ଧନ ଆଉ ତମ ପ୍ରେମ ସାଜି ଥାନ୍ତା ମୋ ନିଛକ ଜୀବନର ଅମ୍ଳଜାନ ।।
Poetry Books 50% Off
Bestselling collections from top poets
