ଜାଗ ଜାଗୀତିକା
ଫେରିଛି ଫେରିଛି, ଫେରିବାର ଥିଲା ଜାଣି ନ ଜାଣିଲା ଭଳି ଦେଖା ନ ଦେଖାରେ ସାମ୍ନା ହେବାର ହୃଦୟ ହାରିଲା ଫେରି ଏଣେ ଅଣାୟତ୍ତ ନୂଆ ଆୟତର ଆଖି ଠାର ଯେତେ ଧରି ନିଷ୍ଠୁର ହୋଇ,ନିସ୍ତାର ପାଇ କେଉଁ ବା ପାରିଲ ଭୂଲି? ମଉନ ମନର ସହସ୍ର ବଖାଣ ସ୍ମୃତି ପଖଳାରେ ସଂଜ ରାତି ବିତିବାର ଅନ୍ଧକାରେ ବା କେଉଁ ଆଲୁଅର ସାଜ ପିନ୍ଧି ବି ନ ପିନ୍ଧି, କେଉଁ ପାରିଜାତ ଫୁଲରେ ଭ୍ରମିଲ ଏବେ ଦିନରାତି ମିଶି ଅବାକ ଆଖିରେ ଚାହିଁବା କେବଳ ଥାଏ। ଫେରିବାର ବେଳା, ନିଶା ଉନ୍ମୁକ୍ତ, ହୃଦୟ ବିଳାପ କଳେ କଥା ନଥିକାର ବିଶ୍ୱାସ ଏବେ ମନରେ ମନରେ ମରେ ଜାଗ ଜାଗୀତିକା, ଦେଖ ରାତ୍ରୀରେ ଆକାଶେ ଖେଳେ ତାରା କେଉଁ ତାରା ତମ ପ୍ରିୟ ଆଲୁଅରେ ଖୋଜ ସଂଜପକା ରାହା। ଏଇ ତ ପ୍ରଶ୍ନ ଏଇ ତ ଉତ୍ତର କୋଟି ଭ୍ରମରର ଶବ୍ଦ ଗୁଂଜେ ମନ ଅଳିନ୍ଦରେ ଆଉ ଥରେ କେବେ ଫେରିବାର ନିଶ୍ଚେ ରାହା ହୁଏ।। ****** ******* @ମିହିର କାନ୍ତି ଦାଶ୍
Ad
Poetry Books 50% Off
Bestselling collections from top poets
Shop Now →
