କବିତା:- କାଳିଆ ଚା ଦୋକାନ
ସକାଳ ହେଉ କି ସଞ୍ଜ ହେଉ ଭିଡ଼ ଜମୁଥାଏ ପୁରା ଦିନ ଚିକିଟୀ ପେଣ୍ଠ ଆନ୍ଧ୍ରା ବ୍ୟାଙ୍କ ସାମନା କାଳିଆ ଚା ଦୋକାନ ।। କାଚ ଗିଲାସରେ ପିଇଦେଲେ ଟିକେ ଶାନ୍ତି ଲାଗେ ପୁରା ମନ ବ୍ରେଡ ବିସ୍କୁଟ ଠୁ ମୁଢ଼ି ମିକ୍ଚର ମିଳେ କାଳିଆ ଚା ଦୋକାନ ।। ରାଜନୀତି ଠାରୁ ଖେଳ ଖଟି ଜମେ କଥାବାର୍ତ୍ତାରେ ଘନଘନ ଢୋକେ ପିଇ ଦେଇ ଆଉ ଟିକେ କୁହେ କାଳିଆ ଚା ଦୋକାନ ।। ବ୍ୟାଙ୍କ କାମ ଠୁ ଏଲଆଇସ ମୁଥଟ୍ ଯେତେ ଅଫିସ ଟେନସନ ଆଗ କପେ ମାର ପରେ ସବୁ କାମ କାଳିଆ ଚା ଦୋକାନ।। ଜୀବନଟା ପରା କପେ ଚାହା ଅଟେ ପିଇ କୁହେ ଚିକିଟୀ ଜନ ସବୁ ଜଞ୍ଜାଳରୁ ମୁକ୍ତି ଦିଏ ସେ କାଳିଆ ଚା ଦୋକାନ ।। Trilochan Karjee
Ad
Poetry Books 50% Off
Bestselling collections from top poets
Shop Now →
