ମୁଁ ଯଦି ଜଣେ କବି ହୁଅନ୍ତି..
ମୁଁ ଯଦି, ଜଣେ କବି ହୁଅନ୍ତି, ଜହ୍ନ କୁ ଜହ୍ନ ନୁହଁ ତମ ମୁଁହ କହନ୍ତି । ରାତିର ନୀରବତା ଭିତରେ ବସି, ମୁଁ ତୁମକୁ ଶୁଣନ୍ତି , ପୁଁନେଇ ରାତିର ପରଦାରେ ଅପୁରା ସ୍ୱପ୍ନ ବୁଣନ୍ତି , ମୁଁ ଯଦି ଜଣେ କବି ହୁଅନ୍ତି... ମୋ ଅଛପା କବିତାରେ ତମ ନାଁ କୁ ଲୁଚେଇ ଲେଖନ୍ତି , ବାର ବାର ଲେଖି ବାର ବାର ମିଟେଇ ଦିଅନ୍ତି। ତମ ସରୁ ଅଙ୍ଗୁଳିରେ, ବୁଣନ୍ତି ଆବେଗ ଟୋକେଇ , ତମକୁ ନିଜ ନାରେ ନୁହଁ, ଡାକନ୍ତି ମୋର କହି । ସବୁ ନୀରବତାରେ ତମ ପାଦଧ୍ଵନି ଶୁଣନ୍ତି, ନିଜ କଥା କେବେ ମନେ ପଡ଼ି ଗଲେ , ତମ ବିଷୟରେ ଲେଖନ୍ତି, ମୁଁ ଯଦି ଜଣେ କବି ହୁଅନ୍ତି... ମୋ ଭାବନାର ସବୁ ଗନ୍ତବ୍ୟ ସ୍ଥଳ ହୁଅନ୍ତ ତମେ , ପ୍ରତିଟି ଲେଖାର ତାତ୍ପର୍ଯ୍ୟ ସରନ୍ତା ତମରି ନାମେ। ଦୁଇ ଆଖିବୁଜି ପବନେ ତମର ବାସ୍ନା ଖୋଜନ୍ତି , ହୃଦୟକୁ ମୋ ହୃଦୟ ନୁହଁ , ତମରି ଘର କହନ୍ତି, ମୁଁ ଯଦି ଜଣେ କବି ହୁଅନ୍ତି... ମୋ କଲମର ସୀମା ତମ ପାଦ ଯାଏ ହୁଅନ୍ତା, ପହିଲି ବର୍ଷାର ବୁନ୍ଦାକୁ ଛୁଇଁ ତମରି ନାଁ ଦିଅନ୍ତା । ତମ ଚେହେରା କୁ ମନ ଆଇନାରେ ଛାପି ରଖନ୍ତି, ଛତ ଉପରେ ବସି ତମ କଥା ତାରାକୁ କୁହନ୍ତି । ଅବଶିଷ୍ଟ ଜୀବନର ପ୍ରତିଛବି , ତମ କଜଳିଆ ଆଖି ଦେଖନ୍ତି, ମୁଁ ଯଦି ଜଣେ କବି ହୁଅନ୍ତି...। ମୋ ନୀରସ କବିତାରେ ତମ ନାଁ କୁ ଅଳଙ୍କାର କହନ୍ତି, ଦରଭଙ୍ଗା ବୟସ ମଟର ଗାଡ଼ିରେ ତମ ଲାଜକୁ କହନ୍ତି ଇନ୍ଧନ, ଆଉ , ଭଙ୍ଗୁର ଜୀବନର ତମ ହସକୁ ହସ ନୁହଁ ଅମ୍ଳଜାନ ମୋର କହନ୍ତି ମୁଁ ଯଦି ଜଣେ କବି ହୁଅନ୍ତି... ।।
Poetry Books 50% Off
Bestselling collections from top poets
