ଅଗ୍ନିଶିଖା
ପାଠ ପଢୁଥିଲା ସେ, ନାରୀ ଙ୍କୁ ସଶକ୍ତ କରୁଥିଲା ଆଗ ଧାଡି ର ଲଢ଼ୁଆ ଥିଲା ସାହସ କରି ଗଢ଼ୁଥିଲା ନିଜ ଭବିଷ୍ୟତ ଇଚ୍ଛା ଥିଲା ଗଢ଼ିବ ଅନେକ ମଣିଷ ଇଚ୍ଛା ଥିଲା ସଜେଇବ ଜ୍ଞାନ ମାଣିକ ଯୁବଶକ୍ତି ର ପରିଚୟ ନେଇ ସେ ନାରୀଶକ୍ତି ର ଆହ୍ବାନ ବୋଲେ ସେ କିନ୍ତୁ ସେ କଣ ସଫଳ ହେଲା ? ନା ସେ ଆତ୍ମା କୁ କରିଦେଲା ଅଗ୍ନିଶିଖା ଜଳେଇଦେଲା ନିଜ ଶରୀର, ଚର୍ମ , ମର୍ମ ଛାତ୍ରୀ ପାଲଟିଲା ଅଙ୍ଗାର ଦେହ, ଉଫ୍ କି କଷ୍ଟ, କି ଯନ୍ତ୍ରଣା, ସେ କୋହ , କିଏ ଶୁଣିଛ, କିଏ ସହିଛ, କିଏ ଭାବିଛ ଘରେ ନା , ଶିକ୍ଷା ର ମନ୍ଦିର ହେଲା କାଳ ଜଳିଗଲା ଜିଅନ୍ତା ଆଶା ର ଦେହ ମହାବିଦ୍ୟାଳୟ ପାଲଟିଲା ଶ୍ମଶାନ ଘାଟ କାରଣ ହେଲା ସେ ଶରୀର ଲୋଭି ଶୃଗାଳ ଯିଏ ତନ ତନ ମାଂସ ଖାଇବା କୁ ବସିଥିଲା ଶିକ୍ଷା ରେ ବାଧା ସାଜିଥିଲା ଶିକ୍ଷକ, ଶାଗୁଣା ପରି ଶବ ଲୋଭ ରେ ଥିଲା ସେ ହେଲେ ସେ ଝିଅ ଟି ଥିଲା ଲଢ଼ୁଆ ସାହସୀ ବିରାଙ୍ଗନା ଲଢ଼ିଯାଇଥିଲ ସେ ବାର ଦିନ ଯାଏଁ ବହୁତ୍ ଲଢ଼ିଲା ହେଲେ ତେର ଦିନେ ଆଉ ସାହସ ନ ଥିଲା, କାରଣ ତାର ତାର କରି ଝୁଣିଦେଲେ ତା ଆତ୍ମା କୁ ସେ ଅଧ୍ୟାପକ ଠୁଁ ଶୃଙ୍ଖଳା ସମିତି ଯାଏଁ ସମସ୍ତେ ଭୋଜିଲେ ତାର ମାନ ସମ୍ମାନ ନୀରବ କୋହ ନେଲା ଭୟଙ୍କର ରୂପ ଅଗ୍ନିମୁଖା ହେଲା ତା ପୀଡ଼ିତ ଆତ୍ମା ନ୍ୟାୟ ,ନ୍ୟାୟ, ନ୍ୟାୟ ମିଳିବ କି ଏବେ ଯେବେ ଅଙ୍ଗାର ହେଇଛି ସେ ସ୍ଵପ୍ନ ଯେବେ ଭସ୍ମ ହେଇଛି ସେ ସାହସ ଯେବେ ଧୂଆଁ ହେଇଯାଇଛି ସେ ଭବିଷ୍ୟତ ବାଃ ରେ ସମାଜ ଏବେ ଉଠ ଏବେ ତ ତେଜ କଣ ସେ ସୌମ୍ୟ ର ଅଗ୍ନି ତାତ ଲାଗୁନି ତୁମକୁ ଏଠି ଚଣ୍ଡାଳ ମାଳ ମାଳ, ଆଉ ସେ ଦୁର୍ଦ୍ଦାନ୍ତ ଅସୁର ଖାଇଗଲେ ଗୋଟେ ଉଜ୍ଜଳ ଆଶା ର ଶରୀର ହେଲେ ଲଢ଼ୁଛି ଏବେ ବି ସେ ଆଶା ଅଛି ଏକା ଅଗ୍ନିମୁଖେ ଅଗ୍ନିଶିଖା , ଅଗ୍ନିମୁଖେ ଅଗ୍ନିଶିଖା ।
Poetry Books 50% Off
Bestselling collections from top poets
