~କବିତା~
ମନ ହାରିଥିବା ମଣିଷ ମୌନତା ଖୋଜେ ସବୁଥର ସବୁଠି ଥାଇ ଖୋଜେ ନିଜ କୋଠରୀ, ନିଜ ଘର ଆଉ କୋଠରୀରେ ପଡ଼ିଥିବା ଦିଫର୍ଦ୍ଦ କାଗଜ, ଯେଉଁଠି ସେ ବୁଣିଦିଏ ମୁଠାଏ କବିତା । କବିତାରେ ଛପି ଦିଏ ଭାବନାର ପ୍ରତିଲିପି , ପ୍ରତି ଶବ୍ଦରେ ଆଙ୍କେ ପରିଚିତ ଅନୁଭୂତି , ପ୍ରତି ପଙ୍କ୍ତିରେ ବାଖାଣେ ବିରହ ଆଉ ପ୍ରତି ଛନ୍ଦରେ ମନର କେତେ ଅକୁହା କଥା । କେବେ ମନର ଝରକାରେ ଗୋଟିଏ ରଶ୍ମି ହୋଇ ଆଶାର ଆଲୁଅ ଖୋଜେ, କେବେ ମୁକ୍ତାକାଶରେ ମେଘ ହୋଇ , ଉଡନ୍ତା ଗୁଡ଼ିଟି ଖୋଜେ, କେବେ ଖୋଜେ ଗଭୀର ନଇଁରେ ଡଙ୍ଗା ପବନରେ ହଜିଥିବା ମନର ବାସ୍ନା, ଆଉ ସ୍ମୃତିରେ ହଜି ଥିବା କେତେ କାହାଣୀ । ମନର ଫଡଫଡେଇବା ଭିତରେ ଶବ୍ଦର ନିରୀହତା ବାଛୁ ବାଛୁ , ରାତି ଆସି ଧୀରେ ଆଖି ମୋଜେଇ ଦିଏ । ହସୁଥିବା ମନ କେବେ ହଠାତ୍ ଚୁପ୍ ହୋଇ ବସେ, ନିଜ ଆତ୍ମାକୁ ବାର୍ ବାର୍ ଶବ୍ଦ ଭିତରେ ହଜେଇ ଖୋଜେ । ଇଚ୍ଛା ହୁଏ ବିକିଦିଆନ୍ତି ମନର ସବୁ ଯନ୍ତ୍ରଣା , ଯଦି କେଉଁ ଲେଖା ଥରେ ଠିକ୍ ଦାମ୍ କହନ୍ତା ହେଲେ ସେତେ କାଗଜ କାହିଁ ?? କଲମରେ ଶ୍ୟାହି କାହିଁ ?? ଆଉ କବିତାରେ ଶବ୍ଦ କାହିଁ ??
Poetry Books 50% Off
Bestselling collections from top poets
