ଅବସାନର ଆଶା 🍁
ହଁ ; ପାଗ ବଦଳିଲା କିନ୍ତୁ , ତୁମେ ବଦଳିଲ ନାହିଁ ।। ସୂର୍ଯ୍ୟଙ୍କ ସପ୍ତ ରାଗ ମଧ୍ଯ କମିଲା କିନ୍ତୁ , ତୁମ ରାଗ ନାକ ଅଗରୁ ଥମିଲା ହିଁ ନାହିଁ ।। ମୋତେ ଗୋଲାପର ନାଲିରଙ୍ଗର ପ୍ରତିଶ୍ରୁତି ଦେଇ , ନିଜେ ହିଁ ରଖିଲ ନାହିଁ ।। ଆଶା ଥିଲା ମୋର ତୁମେ ନିଜ ହାତରେ ଦିନେ ଶାମୁକାରୁ ମୋ ପାଇଁ ମୋତି ଖୋଜି ନିଶ୍ଚୟ ଫେରିବ କିନ୍ତୁ , ପ୍ରତିବନ୍ଧକ ସାଜିଲା ତୁମ ନିଷ୍ଫଳ ଚେଷ୍ଟାର ।। କାଚ ପରି ସ୍ୱପ୍ନ ମୋ ଖଣ୍ଡ ଖଣ୍ଡ ହେଲା ଓ କ୍ଷଣକରେ ପାଣି ଫୋଟକା ପରି ଭରସା ମୋ ଭାଙ୍ଗିଗଲା ।। ଚାହିଁଥିଲି ଶେଫାଳିଟିଏ ସାଜି ତୁମ ନିକଟରେ ମହକିବା ପାଇଁ , କିନ୍ତୁ ଶରତ ଋତୁର ଦୂରତାଟା ହିଁ ବଢ଼ିଗଲା।। ଏବେ ସମୟର ପରିବର୍ତ୍ତୀ ପୃଷ୍ଠାରେ ମନ ମୋ ଶୂନ୍ଯ ହେଲା ; ଆଉ ରାସ୍ତାର ବିମୁଖରେ ଅବସାନର ଆଶା ମୋ ଚୁର୍-ମାର୍ ହେଲା ।। 🥀
Ad
Poetry Books 50% Off
Bestselling collections from top poets
Shop Now →
