ଭାବନା....🪔 (ଆକାଂକ୍ଷାମୟୀ ଦାଶ)
ଭାବନା ନଥିଲେ ଆଗକୁ ବଢ଼ି ହୁଏନା ଭାବନା ଅଟେ ସବୁର ମୂଳ, ଭାବନା ବଳରେ ଭକ୍ତି ସୃଷ୍ଟି ହୁଏ ହୋଇଯାଏ ସବୁ ସମତୁଲ...ll ପାଞ୍ଚମନ ପଚିଶ ପ୍ରକୁତିରେ ଗଢ଼ା ଏହି ମଣିଷ ଶରୀର, ସମସ୍ତଙ୍କ ଭାବନା ସମାନ ହୁଏନାହିଁ ଅର୍ଥ ହୁଏ ବାରମ୍ବାର... ll ଲକ୍ଷଣଙ୍କ ଭାବନା ଭିନ୍ନ ହୋଇ ଥିଲା ସୂର୍ପଣଖାର ନାଶା କଲେ ଛେଦନ, ସୂର୍ପଣଖାର ଭାବନା ସୃଷ୍ଟି ହୋଇଥିଲା ଲକ୍ଷଣ କରିବେ ଆଲିଙ୍ଗନ... ll ଧରଣୀଧର ଚିଠିକୁ ଇଂରେଜ ଗୁଲାମୀ ବୁଝି ପାରିଲେନି ଛପନ ଗୁଆପାନ, କାରାଗାର ଭିତରେ ସଂଗ୍ରାମ କରୁଥିଲେ ତାଙ୍କର ଭାବନା ଥିଲା ଭିନ୍ନ.. ll ଧରଣୀଧର ସେହି ଚିଠାଉକୁ ପଢ଼ି ଫକୀର ମୋହନ ସେନାପତି, ସୈନିକ ପ୍ରେରଣ କଲେ ଜାଣି ସ୍ୱାଧୀନତା ସଂଗ୍ରାମୀ ମୁକ୍ତି ପାଇଁ ...ll ସୁଜନେ ବୁଝନ୍ତି ଗୁଢ଼ ତତ୍ତ୍ଵବାଣୀକୁ ଉହ୍ୟ ରହିଥାଏ ତାର ଅର୍ଥ, ମୁରୁଖ ଅଜ୍ଞାନ ବୁଝେନା ତତ୍ତ୍ଵ ବାଣୀ ଭାବନା ହୁଏ ତାର ଵ୍ୟର୍ଥ.. ll ବିବେକାନନ୍ଦଙ୍କ ଭାବନାରେ ନାରୀ ଜଗତ ଜନନୀ ହିଁ ଥିଲେ, ସେହି ଜଗତ ଜନନୀଙ୍କ ଆଶୀର୍ବlଦେ ବିବେକାନନ୍ଦ ବିଶ୍ଵବିଜୟୀ ହେଲେ... ll ଅଚ୍ୟୁତ ସାମନ୍ତଙ୍କ ଭାବନାରେ ଛାତ୍ରଛତ୍ରୀ ମଣି ମୁକ୍ତା ଅଟନ୍ତି, ସେହି ମୁକ୍ତା ମାଣିକ ଯେ'ଭାରତର ଗର୍ବ ଗୌରବ ଆଣି ଦେଇଥାନ୍ତି... l ବଲାଙ୍ଗୀର
Poetry Books 50% Off
Bestselling collections from top poets
