ଯଦି,ମୁଁ ଜଣେ କବି ହୁଅନ୍ତି
ଯଦି ,ମୁଁ ଜଣେ କବି ହୁଅନ୍ତି, ଜହ୍ନ କୁ ଜହ୍ନ ନୁହଁ ,ତମ ପ୍ରତିଛବି କହନ୍ତି । ବଧିର ଅନ୍ଧାର ରାତିରେ, ମୁଁ ତୁମକୁ ଶୁଣନ୍ତି , ପୁଁନେଇ ଜ୍ୟୋତ୍ସ୍ନାର ପରଦାରେ ଅପୁରା ସ୍ୱପ୍ନ ବୁଣନ୍ତି , ଯଦି, ମୁଁ ଜଣେ କବି ହୁଅନ୍ତି...। ମୋ ଅଛପା କବିତାରେ ତମ ନାଁ କୁ ଲୁଚେଇ ଲେଖନ୍ତି , ବାର ବାର ଲେଖି ବାର ବାର ମିଟେଇ ଦିଅନ୍ତି। ତମ ସରୁ ଅଙ୍ଗୁଳିରେ, ବୁଣନ୍ତି ଆଶାର ଟୋକେଇ , ତମକୁ ନିଜ ନାରେ ନୁହଁ, ଡାକନ୍ତି ମୋର କହି । ନିଶବ୍ଦ ମୋର ଅଗଣାରେ, ତମ ପାଦଧ୍ଵନି ଶୁଣନ୍ତି, ନିଜ କଥା କେବେ ମନେ ପଡ଼ି ଗଲେ ,ତମ ବିଷୟରେ ଲେଖନ୍ତି, ଯଦି ,ମୁଁ ଜଣେ କବି ହୁଅନ୍ତି... । ମୋ ଭାବନାର ମୂଳ ବିନ୍ଦୁ ସବୁ, ହୁଅନ୍ତା ତମରି ନା , ପ୍ରତିଟି ଲେଖାର ତାତ୍ପର୍ଯ୍ୟ ହୁଅନ୍ତା ତମରି ବର୍ଣ୍ଣନା । ଦୁଇ ଆଖିବୁଜି ପବନେ ତମରି ବାସ୍ନା ଖୋଜନ୍ତି , ହୃଦୟକୁ, ହୃଦୟ ନୁହଁ ,ତମରି ଘର କହନ୍ତି, ଯଦି ,ମୁଁ ଜଣେ କବି ହୁଅନ୍ତି...। ମୋ କଲମର ପରିଧି, ତମ ଯାଏ ସୀମିତ ରୁହନ୍ତା, ପହିଲି ବର୍ଷାର ବୁନ୍ଦାକୁ ଛୁଇଁ ତମରି ନାଁ ଦିଅନ୍ତା । ତମ ଚାହାଣିକୁ ମନ ଆଲ୍ମାରିରେ ସାଇତି ରଖନ୍ତି, ଛତ ଉପରେ ବସି ,ତମ କଥା ତାରାକୁ କୁହନ୍ତି । ଅବଶିଷ୍ଟ ଜୀବନର ପ୍ରତିବିମ୍ବ ,ତମ ନିଛକ ଆଖିରେ ଦେଖନ୍ତି, ଯଦି, ମୁଁ ଜଣେ କବି ହୁଅନ୍ତି...। ମୋ ନୀରସ କବିତାରେ , ତମ ନାଁ ର ଅଳଙ୍କାର ଲେଖନ୍ତି, ତମ ଲାଜର ଇନ୍ଧନ ,ଦିଅନ୍ତି ବୟସର ଭଙ୍ଗା ଗାଡ଼ିରେ ଆଉ , ଦରମରା ଜୀବନରେ , ତମ ହସକୁ ହସ ନୁହଁ,ଅମ୍ଳଜାନ ମୋର କହନ୍ତି । ଯଦି ମୁଁ ଜଣେ କବି ହୁଅନ୍ତି , ଜହ୍ନ କୁ ଜହ୍ନ ନୁହଁ, ତମ ପ୍ରତିଛବି କହନ୍ତି... ।।
Poetry Books 50% Off
Bestselling collections from top poets
