ଆକାଶ ତଳର ଜହ୍ନ
ମୁଁ ଆଜିବି ପୂର୍ଣ୍ଣିମା ଜହ୍ନକୁ ଅନେଇ ବସେ, କାଳେ ତୁମେବି ଦେଖୁଥିବ ସେଇ ସନ୍ଧ୍ୟାରେ । ଆଲୋକର ପ୍ରତିଫଳନ ନିୟମରେ ନୁହେଁ, ସୁପ୍ତ ଆକାଶର ତାରାଙ୍କ ମେଳରେ। ସେମିତି ଅପେକ୍ଷା କରେ ତୁମକୁ, ଭାବେ ପରୀଟିଏ ହୋଇ ଉଡ଼ି ଆସନ୍ତ କି ମୋ ପାଖକୁ, ଲୁଚାଇ ରଖି ଦିଅନ୍ତି ମୁଁ ତୁମକୁ - ମୋ ଖୁସିର ସମୁଦ୍ରରେ ସେଠି ନଥିବ ଲୁହର ବାସ୍ନା, ମୋ ଛାଇରେ ଶୁଆଇଦେବି, ତୁମକୁ ନିଘୋଡ଼ ନିଦରେ । ତୁମେ ମୋତେ ପାଇବ, ଭଲପାଇବା ଉପନ୍ୟାସର ଶେଷ ପୃଷ୍ଠାରେ । ମୁଁ ସେମିତି ଦେଖୁଥିବି ତୁମକୁ କିଛି ନଭାବି,ନକହି । ତୁମେ ଉଠି ହସିବ, ପିଲାପରି ମୋତେ ଦେଖି, କହିବ, ତୁମେ ସଦ୍ୟ ଆଷାଢ଼ରେ ଆଜିବି ବର୍ଷୁଛ? ଚାଉଁ କିନା ଲାଗେ ମୋତେ, ଇଏ ସ୍ବପ୍ନ ନା ବାସ୍ତବତା ? ଏ ସ୍ବପ୍ନ ରହିବ ନା ଏଇଠି ସରିଯିବ? କୁହ? ମୋ ଆକାଶ ତଳର ଜହ୍ନ !
Ad
Poetry Books 50% Off
Bestselling collections from top poets
Shop Now →
