ଜୀବନ
ପାଣି ଫୋଟକା ପରି ଆମରି ଏଇ ଜୀବନ ଦୀପ କ୍ଷଣିକେ ଅଛି ତ କ୍ଷଣିକେ ଉଭେଇ ଯାଉଛି ଯେମିତି ସଲିତା ରୁ ଘିଅ ସରିଗଲେ ଦୀପ ଲିଭି ଯାଏ ସେମିତି ଆମ ଜୀବନ ଦୀପ ଲିଭି ଲିଭି ଆସୁଛି କେହି ରହି ନାହିଁ ଧରାରେ ଚିରଦିନ ପାଇଁ କି ରହିବେ ନାହିଁ ସଭିଏଁ ଗୋଟେ ଗୋଟେ ମଞ୍ଚସ୍ଥ କଳାକାର ଏଇଠି ଯାହାର ଅଭିନୟ ସରି ଯାଉଛି ସେ ଚାଲି ଯାଉଛି ପ୍ରିୟ ଜଣଙ୍କୁ ତାର ଛାଡ଼ିକି ଦୂର ଆକାଶକୁ ସବୁ ଦିନ ପାଇଁ ଜୀବନ ଥିବା ଯାଏ ତୁ ମୋର ଆଉ ମୁଁ ତୋର ସେଇ ଭାବନାରେ ମଣିଷ ବାନ୍ଧି , ଛନ୍ଦି ହଉଛି କିନ୍ତୁ ସେ ଜାଣି ପାରୁନି କି ଜୀବନ ଦୀପ ଲିଭି ଗଲେ ସେହି ମଣିଷ କହିବେ କି କେହି ନୁହନ୍ତି କାହାର ସବୁ ଏଇଠି ମାୟାର ଗନ୍ତା ଘର ସ୍ବାର୍ଥ ରେ ସମସ୍ତେ ନିଜର ସ୍ବାର୍ଥ ଥିବା ଯାଏ ତମେ ଆମେ ଏବଂ ଆପଣ ଆଉ ସ୍ବାର୍ଥ ପୂରଣ ହେଇଗଲା ମାତ୍ରେ କେ କହୁଛନ୍ତି କି ମୁଁ ଜାଣିନି କିଏ ଆପଣ.......!!
Ad
Poetry Books 50% Off
Bestselling collections from top poets
Shop Now →
