କବିତା
ହାରି ଯାଇଥିବା ମନ ମୌନତା ଖୋଜେ ସବୁଥର ସବୁଠି ଥାଇ ମଧ୍ୟ ଖୋଜେ କୋଠରୀର ନୀରବତା, ସେଇ କୋଠରୀରେ ଥିବା କାଗଜ, ଯେଉଁଠି ସେ ମନର କୋହକୁ ବୁଣିପାରେ ମୁଠାଏ କବିତା ରୂପରେ । କବିତା ଭିତରେ ଛାପି ଦିଏ ମନର ପ୍ରତିଲିପି, ପ୍ରତି ଶବ୍ଦରେ ଆଙ୍କେ ପରିଚିତ ଅନୁଭୂତି, ପ୍ରତି ପଙ୍କ୍ତି ରେ ବଖାଣେ ବିରହ, ଏବଂ ପ୍ରତି ଛନ୍ଦରେ ମନର ଅକୁହା କଥା । କେବେ ଝରକା ଜାଳି ରେ ଗୋଟେ ରଶ୍ମି ହୋଇ , ଛାୟାରେ ଆଲୁଅ ଖୋଜେ, ପବନରେ ମିଶିଥିବା ମନର ଗନ୍ଧ, ଏବଂ ସ୍ମୃତିରେ ହଜିଥିବ ସବୁ କାହାଣୀ ଖୋଜେ । କାଗଜର ଫଡଫଡେଇବା ଭିତରେ ଶବ୍ଦର ନୀରିହତା ଖୋଜୁ ଖୋଜୁ, ରାତି ଆସି ଧୀରେ ଆଖି ମୂଜେଇ ଦିଏ । ଚୁପ୍ ରହିଥିବା କୋହ କେବେ ମୌନରେ ମନ ଖୋଲି ହସେ । ନିଜ ର ଆତ୍ମାକୁ ସବୁଥର କବିତା ଭିତରେ ହଜେଇ ଖୋଜେ, ଇଚ୍ଛା ହୁଏ ବିକି ଦିଅନ୍ତା ହୃଦୟର ସବୁ ଯନ୍ତ୍ରଣାକୁ , ଯଦି କେଉଁ ଲେଖା ଥରେ ଠିକ୍ ଦାମ୍ ଦିଅନ୍ତା । ହେଲେ ସେତେ କାଗଜ କାହିଁ ?? କଲମରେ ଶ୍ୟାହି କାହିଁ ?? ଏବଂ କବିତାରେ ଶବ୍ଦ କାହିଁ ?? ~bhakta
Poetry Books 50% Off
Bestselling collections from top poets
