ମୁଁ ଆଜି ର ନାରୀ
ଧରା ପୃଷ୍ଠ ରେ ପାଦ ରଖି, ଆଶା ର ଡେଣା ଲଗାଇ ଉଡିବାକୁ ପୁରା ଆକାଶ ସ୍ବପ୍ନ ମୋର ଅସୁମାରି ମୁଁ ଆଜି ର ନାରୀ । ପୁତ୍ରୀ, ଜନନୀ, ଜାୟା, ଭଗିନୀ ବନ୍ଧନେ ଲଭି ଜନ୍ମ ଅରଜେ ଯଶ ସମାଜ କଲ୍ୟାଣେ କାମ କରି ମୁଁ ଆଜିର ନାରୀ । କୁପ୍ରଥା, ଅନ୍ଧବିଶ୍ୱାସ,ପୁରୁଷବାଦ ବିରୁଦ୍ଧ ରେ ଯୁଦ୍ଧ ଜିତି ମୁଣ୍ଡ ଟେକି ଠିଆ ହୁଏ ମୋର ଅସ୍ତିତ୍ବ ସ୍ଥାପନା କରି ମୁଁ ଆଜିର ନାରୀ । ଅବଳା, ଦୂର୍ବଳା, ଶୋଷିତା, ନିଷ୍ପେସିତା ନୁହେଁ ଅଗ୍ରସର ହୁଏ ମୁଁ ଶକ୍ତି, ସମୃଦ୍ଧି, ପ୍ରଗତି ର ଧ୍ଵଜା ଧରି ମୁଁ ଆଜିର ନାରୀ । ପରିବାର ଠାରୁ ସମାଜ ଯାଏ ନ୍ୟାୟ ସ୍ଥାପନା କରେ ମୁଁ ଅନ୍ୟାୟ ର ଛାତି ଚିରି ମୁଁ ଆଜିର ନାରୀ । ଏ ପୁରୁଷ ପ୍ରାଧାନ୍ୟ ଦୁନିଆ ରେ ରହିଛି ମୁଁ ସଂରକ୍ଷଣ ର ନୁହେଁ ସୁଯୋଗ ର ଅପେକ୍ଷା କରି ମୁଁ ଆଜିର ନାରୀ । - ସୁଦୀପ୍ତା
Ad
Poetry Books 50% Off
Bestselling collections from top poets
Shop Now →
