ଗଣତନ୍ତ୍ର ର ଗଜଲ.......
ଗଣଏଠି ନେତା, ଗଣ ହିଁ ଜନତା ଗଣ ହିଁ ନିଜର ସାଇଁ ଭୋଟମାଗି ତୁମେ ଆସିଛ ଜାଣିଛୁ ବାହାସ୍ଫୋଟ ମାର କାହିଁ?..... (୧) ଗାଦିରେ ବସିଲେ ଆପେ ମାଡିଚାଲେ କୁହୁଡିର ମାୟାଜାଲ ପୁଅ ସାଜିଯାଏ ବାପା ର ବଇରି ଏ ପରା ଗଣତନ୍ତ୍ର ର ଗଜଲ....... (୨) ଜନତା ବିରାଡ଼ି, ନେତାଏ ମର୍କଟ ପିଠା ଭାଗବଣ୍ଟା ଚାଲିବ ଅନେଇ ବସିଥା, ଆଁ ମେଲାକରି ତୁମ ଭାଗ କେତେ ପଡିବ?...... (୩) ଆସିବେ ହସିବେ, ପାଖରେ ବସିବେ କହିଯିବେ ମିଠା କଥା 'ପୁଣି ଆସିବି 'କହିକି ପାଞ୍ଚବର୍ଷ ବସିକି ଆଙ୍ଗୁଳି ଗଣୁଥା...... (୪) ପ୍ରପାଗଣ୍ଡା ରେ ଭରଷା ରଖିକି କାହା ଉପରେ କରିବା ରୋଷ? ଅସରପା ଉପରେ କାଣିବିଲେଇ ଯେହ୍ନେ ଗଣତନ୍ତ୍ର କୁ ଦେଉଥିବା ଦୋଷ.....(୫) ~ରଞ୍ଜିତା.........
Ad
Poetry Books 50% Off
Bestselling collections from top poets
Shop Now →
