କୋଳ ପ୍ରକୃତିର
ଦିଗବଳୟର ସେହି ରକ୍ତିମ କିରଣ ରେ ଲାଲ ପଳାଶ ଫୁଲଟି ଝଡି ପଡ଼ିଥିଲା ମୁଁ ଜାଣି ପାରିଲିନାହିଁ, କେମିତି ସହୁଛି ସେ ପ୍ରତ୍ୟେକ ଆଘାତ, ସେହି କଣ୍ଟା ମାନଙ୍କର । ଦେହ ରକ୍ତାକ୍ତ,କିନ୍ତୁ ଭୁଲି ନାହିଁ ତାର କର୍ମକୁ। ବୋଧେ ସେ ଆଜି ଲାଲ ହେଇଛି ସେହି ରକ୍ତିମ କିରଣ ପାଇଁ ନା.. କେଉଁ କୋମଳ ଦେହର ,କଅଂଳ ଚମଡା ମୁନିଆ ନଖରେ... ରକ୍ତାକ୍ତ ହୋଇ କାନ୍ଦୁଛି। ପୁଣି ଦେଖିଲି ସେହି ଦିଗବଳୟରେ କେହି ଜଣେ ପାଦରେ ମକଚି ଚାଲିଗଲା, ଆହା... ସତେ କେତେ କଷ୍ଟ ହୋଇଥିବ ତାକୁ କାନ୍ଦିବାକୁ ଚେଷ୍ଟା କରୁଛି ହେଲେ ପାରୁନାହିଁ, ପ୍ରକୃତି ପରା ତା ହାତକୁ ବେଡିରେ ବାନ୍ଧି ଦେଇଛି, ପର ପାଇଁ ଆହୁତି ଦେବ ବୋଲି ସେ ବାଧ୍ୟ। କିଛି ସମୟ ଅନ୍ତରାଳ ଭିତରେ, ତା ଚେହେରା ମଳିନ ପଡିଗଲା ବୋଧେ ତାର ସେଇଟା ଶେଷ ନିଃଶ୍ୱାସ ଥିଲା ଆଉ ଖାଲି ଉପରକୁ ଚାହୁଁ ଥିଲା। ସତରେ କେମିତି ଜୀବନ ଏ, ଠାକୁର ଙ୍କ ମୁଣ୍ଡରେ ଲାଗିବାର ଇଚ୍ଛା ବି ସେ ପୂରା କରିପାରିଲାନି।।।
Ad
Poetry Books 50% Off
Bestselling collections from top poets
Shop Now →
