କିନ୍ତୁ ପାରିଲିନି
ଜୋର ଜୋର ରେ ଚିଲେଇ ମନା କରିଥାନ୍ତି ତୁମେ ଯାଅନା କିନ୍ତୁ ପାରିଲିନି,ତୁମ ପାଖେରେ ତୁମ ବାବା ଥିଲେ | ଆସିଲି ଜାଣିଛି ତୁମେ ନାହଁ ବହୁତ ଚେଷ୍ଟା କଲି ଖୋଜିବିନି,କିନ୍ତୁ ପାରିଲିନି, ତୁମକୁ ଏ ଆଖି ଖୋଜି ବୁଲିଲା | ପ୍ରତେକ ସ୍ମୃତି ଅଜଣା ଭୟ କୁ ନିମନ୍ତ୍ରଣ କଲା,କିନ୍ତୁ ପାରିଲିନି,ସ୍ମୃତି ସବୁ ପଘା ହୋଇ ମୋତେ ଟାଣି ଧରିଲା | ତୁମର ପରିସ୍ଥିତି ସବୁ ବୁଝିଛି, କିନ୍ତୁ ପାରିଲିନି ତୁମକୁ ଏ ମନ ସ୍ୱାର୍ଥପର ଆଖ୍ୟା ଦେଇ ଚାଲିଲା | ବହୁତ ସମୟ ପରେ ତୁମକୁ ଦେଖି ଖୁସି ହେଲି କିନ୍ତୁ ପାରିଲିନି ଆଖିରୁ ଲୁହ ବୋହିଚାଲିଲା | ତୁମେ କହିଲ ଶୀଘ୍ର ସୋଇପଡିବ କନ୍ତୁ ପାରିଲିନି ତୁମ ହସ ହସ ଚେହେରା ନିଦ ହଜେଇ ଦେଲା | ସତ ଲୋ ଧନ ପାରୁନି ଶୀଘ୍ର ଚାଲି ଆସ, ତୁମର ଏ ପାଗଳ ଏକା ହୋଇଗଲା |
Ad
Poetry Books 50% Off
Bestselling collections from top poets
Shop Now →
