ସଖି(#ରିମୁନ୍)ଙ୍କ ପାଇଁ କେଇ ପଦ 👰
ପ୍ରଜାପତି ପରି ଚୁଲୁବୁଲି ତୁମେ ନାଲି ଲଙ୍କା ପରି ଟିକେ ରାଗି ଭଅଁର ପରିକା ଚଞ୍ଚଳ ନଈଟେ ରୁଷିଯାଅ ଟିକେ କଥା ଲାଗି । ଭାରି ଭଲ ଲାଗେ ତୁମ ମିଠା ହସ ସତେ କି ରସାଳ ରସାବଳୀ ରେଳଗାଡ଼ି ପରି ତରତର କଥା କେହି ହେବେନାହିଁ ତୁମ ସରି । ଇନ୍ଦ୍ରଧନୁ ପରି ତୁମ ମୁଖ ଆଭା ପ୍ରସୂନ ପରିକା ସ୍ନିଗ୍ଧ ମନ ଟିକି ପିଲା ପରି ତୁମର ଦୁଷ୍ଟାମି ତୁମେ ମୋ ହୃଦୟ ନାଲି ପାନ । ପ୍ରତୀକ୍ଷା ଜାଣିଛ ନା, ଯେବେ କୁହ ପ୍ରତିଥର ଲାଗ ଆପଣାର ଫୁଲ ପରି ସଦା ହସୁଥାଉ ଆମ ବନ୍ଧୁତ୍ୱର ଏଇ ମିଠା ଡୋର । ମହମହ ନିତି ବାସୁଥାଉ ପ୍ରତି ମୁହୂର୍ତ୍ତ ତୁମ ଜୀବନର ଖୁସିର ତଟିନୀ ବହୁଥାଉ ତୁମ ଜୀବନ ପଥରେ ନିରନ୍ତର । ଏତିକି କାମନା ପ୍ରଭୁ ଚରଣରେ ସଦା ହସୁଥାଉ ତୁମ ଓଠ ସବୁ ଆୟୁଷ ମୋ ଲାଗିଯାଉ ତୁମକୁ ସାଥେ ରହିଥାଅ ଧରି ହାତ । ପ୍ରତୀକ୍ଷା 💞 ରିମୁନ୍
Ad
Poetry Books 50% Off
Bestselling collections from top poets
Shop Now →
