ମୁଁ ଡାକିବିନି
ମୁଁ ଡାକିବିନି ଶ୍ରାବଣ ରେ ଭିଜିଆ କୁ ମୁଁ ଡାକିବିନି ବସନ୍ତ ରେ ବୁଲିଆ କୁ ମୁଁ ଡାକିବିନି ସକାଳ ର କାକର ରେ ଖେଳିବାକୁ ମୁଁ ଡାକିବିନି ସୂର୍ଯ୍ୟ ଦୟ, ସୂର୍ଯ୍ୟ ଅସ୍ତ ଦେଖିବାକୁ ମୁଁ ଡାକିବିନି ଜହ୍ନର ରୁପା କିରଣରେ ଶୀତଳ ହେବାକୁ ମୁଁ ଡାକିବିନି ମୋ ପ୍ରିୟ ଖାଦ୍ୟ ଖାଇବାକୁ ମୁଁ ଡାକିବିନି ମୋ ସହ ଦୁଇ ପାଦେ ଚାଲିବାକୁ ମୁଁ ଡାକିବିନି ମୋ ଅସୁବିଧାରେ ଠିଆ ହେବାକୁ ମୁଁ ଡାକିବିନି ମୋ ଆଖିର ଲୁହ ପୋଛିବାକୁ କିନ୍ତୁ ଥରୁଟେ ଡାକିବି ମୋ ହୃଦୟର ଭାବ ପଢିବାକୁ ଥରୁଟେ ଡାକିବି ମୋ ହୃଦୟର ଭାବ ପଢିବାକୁ
Ad
Poetry Books 50% Off
Bestselling collections from top poets
Shop Now →
