ମା... ତୋ କୋଳ ମୋ ସରଗପୁର ❤️
ତୋ ବିନା ମା ମୋ ଦୁନିଆ ଅନ୍ଧାର ଗଢ଼ିଛୁ ଖୁସି ର ପବିତ୍ର ମନ୍ଦିର ତୋ ପାଇଁ ମା ତୃପ୍ତି ପାଏ ମୋ ଉଦର ହସିଉଠେ ଆମ ସୁନା ପରିବାର ମା ତୋ କୋଳ ମୋ ସରଗପୁର...(୧) ଅତୀବ ସୁନ୍ଦର ହୃଦୟ ତୋର ସମସ୍ତସଙ୍କୁ ରଖିଛୁ କରି ଆପଣାର ଅଳିଅଝଟ କୁ ମୋର କରିଅଛୁ ଦୂର ମା ସେନେହ ତୋର ଅଟଇ ଅପାର ମା ତୋ କୋଳ ମୋ ସରଗପୁର...(୨) ଜନମ ଲଭିକି କୋଳରେ ତୋର ଶ୍ରେଷ୍ଠ୍ୟ ମନେକରେ ଜୀବନକୁ ମୋର ସଜେଇଛୁ ମୋତେ ପଥିକ ସତ୍ୟର ତୋ ଚରଣେ ମା ଚିର ନମସ୍କାର ମା ତୋ କୋଳ ମୋ ସରଗପୁର... (୩) କରିଛୁ ଶାସନ ଆଖିରେ ତୋର ସେନେହ ଦେଇଛୁ ନାହିଁ ତୁଳନାର ପୁଷ୍ପତୁଲ୍ୟ ତୋର ମନ ମନ୍ଦିର ମା ତୁ ସବୁଠାରୁ ଆପଣାର ମା ତୋ କୋଳ ମୋ ସରଗପୁର..... (୪) ❤️❤️❤️ବୋଉ ❤️❤️❤️ #ରଞ୍ଜିତା....
Ad
Poetry Books 50% Off
Bestselling collections from top poets
Shop Now →
