ମୋ ସମୟ
ଯନ୍ତ୍ରଣା ରେ ଲଙ୍ଘିବାକୁ, ଚେଷ୍ଟା ମୁଁ କରୁଛି ଭବିଷ୍ୟତ ର ସାଗର, ପରିଶ୍ରମ ଆଜି ବାନର ସାଜିଛି କର୍ମ ଅଟେ ସହଚର । ସମୟ ଚାଲିଛି ଆଶାର ଆଲୋକେ ନିଶାଚର ଭରା ରାତି, ଭାବୁଛି ଯେତିକି , ଅଟକି ଯାଉଛି ମୋ କ୍ଷିପ୍ର ଘୋଡ଼ା ର ଗତି । ଦୂର ପାହାଡ଼ ସୁନ୍ଦର ଲାଗୁଛି ପୁଣି କଣ୍ଟକିତ ଭରା ପଥ, ଏ ବିଶାଳ ସଂସାର ଅପୂର୍ବ ସୁନ୍ଦର ମନ ମୋହେ ତାର ଗୀତ । ଅଟକି ଯାଇଛି, ସେହି ଗଛ ତଳେ ଶୋଇ ମୁଁ ପଡ଼ିଛି ଆଜି କେତେ ଯେ ପଥିକ , ଆଗରେ ଅଛନ୍ତି ଜଣାନାହିଁ ,କେବେ ଘାରିଲା...ଶ୍ରାବଣ ଋତୁର ତାତି । ବସନ୍ତ ଆସି କୁହୁ ତାନ ଦିଏ ପୁଣି କେବେ ଆସିଯାଏ ଶୀତ , ଗରମ ତାତି ରେ ହାଲିଆ ହୋଇ ମୁଁ ଭୁଲି ଯାଇଛି ମୋ ବାଟ । ବାଟର ବାଟୋଇ ଅଖିଆ ପେଟରେ ବୁଲେ ମୁଁ ସହର ସାରା , ଭିଡ ଭିତରେ ମୁଁ ନିଜକୁ ପାଉନି ସବୁ ଏଠି, ଆକାଶ ରାଇଜ ତାରା ।
Ad
Poetry Books 50% Off
Bestselling collections from top poets
Shop Now →
