ଗଣତନ୍ତ୍ର ର ଗଜଲ....
ଗଣଏଠି ନେତା ଗଣ ହିଁ ଜନତା ଗଣ ହିଁ ନିଜର ସାଇଁ ଭୋଟ ମାଗି ତୁମ୍ଭେ ଆସିଛ ଜାଣିଛୁ ବାହାସ୍ଫୋଟ ମାର କାହିଁ?.......... (୧) ଗାଦିରେ ବସିଲେ ଆପେ ମାଡିଚାଲେ କୁହୁଡି ର ମାୟାଜାଲ ପୁଅ ସାଜିଯାଏ ବାପା ର ବଇରି ଏ ପରା ଗଣତନ୍ତ୍ର ର ଗଜଲ....... (୨) ଜନତା ବିରାଡ଼ି, ନେତାଏ ମର୍କଟ ପିଠା ଭାଗବଣ୍ଟା ଚାଲିବ ଅନେଇ ବସିଥା, ଆଁ ମେଲା କରି ତୁମ ଭାଗ କେତେ ପଡିବ?......... (୩) ଆସିବେ ହସିବେ, ପାଖରେ ବସିବେ କହିଯିବେ ମିଠା କଥା 'ପୁଣି ଆସିବି ' କହିକି ପାଞ୍ଚବର୍ଷ ବସିକି ଆଙ୍ଗୁଳି ଗଣୁଥା........ (୪) ପ୍ରପାଗଣ୍ଡା ରେ ଭରଷା ରଖିକି କାହା ଉପରେ କରିବା ରୋଷ? ଅସରପା ଉପରେ କାଣିବିଲେଇ ଯେହ୍ନେ ଗଣତନ୍ତ୍ର କୁ ଦେଉଥିବା ଦୋଷ........ (୫) #ରଞ୍ଜିତା.....
Ad
Poetry Books 50% Off
Bestselling collections from top poets
Shop Now →
