ମନେପଡେ ମୋ ପିଲାଦିନ......
କାଳର କରାଳ ଗତିରେ ଜୀବନର ଛକିଶୁନ ପଥରେ ମନେପଡେ ମୋ ସାଙ୍ଗସାଥି ମନେପଡେ ମୋ ପିଲାଦିନ ସ୍ମୃତି........ (୧) ମିଛମିଛିକା ସେ ବହୁଚରୀ ଖେଳ ମନକୁ କରେ ମୋ ଭାବ ବିହ୍ଵଳ ମନେପଡେ ମୋ ଖାରବେଳ ଆମ୍ବାଚୋରି ମନେପଡେ ମୋ ଅଜାଙ୍କ ଚାତୁରୀ...... (୨) ବର୍ଷାଦିନର କାଗଜ ଡଙ୍କା ଖେଳ ସାଙ୍ଗସାଥିମେଳେ ବିତାଉଥିଲି ବେଳ ଫେରିଆସନ୍ତାକି ମୋ ପିଲାଦିନ କାଳ ଭାରି ମନେପଡେ ଚୋରପୋଲିସ ଖେଳ..... (୩) କାନ୍ଦୁଥିଲି ଯେବେ ମୁଁ କଇଁ କଇଁ ହୋଇ ବାପା ମୋପାଇଁ ଖେଳନା କିଣି ଆଣଇ ଭାରିମନେପଡେ ମୋ ଦାଦା ମା କଥା ଇଛାହୁଏ ରଖିବାକୁ ତା କୋଳରେ ମଥା..... (୪) ଠାକୁର ଘର ର ଘଣ୍ଟି ଯେବେ ବାଜଇ ତଳେପାଡ଼ି ହାତଯୋଡ଼ି ଶୋଇ ପଡଇ ସମୟ ସ୍ରୋତ ରେ ଯାଇଛି ବିତି ମୋ ପିଲାଦିନ ର ଅଭୁଲା ସ୍ମୃତି........ (୫) #ରଞ୍ଜିତା....
Ad
Poetry Books 50% Off
Bestselling collections from top poets
Shop Now →
