ତୁଳସୀ
ସମୟର ସୁଅରେ ତୁଳସୀ ଟି ଝାଉଁଳି ପଡ଼ିଛି ତାର ବାସ୍ତ୍ନା ଓ ଚମକ ଅଛି ସତ କିନ୍ତୁ ଜୀବନର ଦୌଡ଼ରେ ସେ ଭିତତସ୍ତ୍ର ପ୍ରାୟ।। ତୁଳସୀ କାନ୍ଦୁଛି,ସେ ମୂଲ୍ୟହୀନ ବୋଲି, କିନ୍ତୁ ସେ ଜାଣେନା ସେ ମଧ୍ୟ ଦିନେ ପୂଜା ପାଇବ ଆଉ ଉପରେ ବସି ସମସ୍ତଙ୍କୁ ଦେଖି ହସୁଥିବ।। କିନ୍ତୁ ଆଜି ସେ ଝଡି ପଡ଼ିଛି ତଳକୁ ପବନ ତାକୁ ଦୋହଲାଇ ଦେଇଛି ସମାଜ ତାକୁ ଭାଙ୍ଗି ଦେଇଛି ଆଉ ଜଙ୍ଗଲର ନିଆଁ ରେ ସବୁ କିଛି ପୋଡ଼ିଦେଇଛି ତାର, କେତେ ବା ଅପେକ୍ଷା କରିଥାଆନ୍ତା ସେ ।। ସେ ମଧ୍ୟ ଭାବୁଛି.... ସମାଜର ଅନ୍ଦପୁଟୁଳିକୁ ଖୋଲି ଦେଇ ବିଛେଇ ଦିଅନ୍ତା ସ୍ନେହର ପତ୍ରକୁ ଆଉ ମୂଲ୍ୟରେ ନଗନ୍ୟ ତା ପରି ଅନ୍ୟ ମାନେ ଚଢ଼ି ଚାଲନ୍ତେ ... ସିଡ଼ି ପରେ ସିଡି।।
Ad
Poetry Books 50% Off
Bestselling collections from top poets
Shop Now →
