ନୈଶ୍ୟ ସୁନ୍ଦରୀ
ଅଭିଳାଷା ମୋର ଅଗ୍ନିଶିଖା ପରି ମୋ ଆତ୍ମାର ଗଭୀରତା ରେ ଅହରହ ଜଳୁଥାଏ, ଅନେକ ଆଶା ଓ ଆକାଂକ୍ଷା ନେଇ ପବିତ୍ର ଆବେଗ ସହ ଜଳୁଥାଏ, ଅହରହ ଜଳୁଥାଏ । ନଦୀର ପ୍ରବାହିତ ସ୍ରୋତ ପରି ସ୍ୱପ୍ନକୁ ଆବୋରି ହୃଦୟ ସାଗରରେ ମିଶିବାର ସ୍ବପ୍ନ ନେଇ ଚାଲିଥାଏ, ଅହରହ ଚାଲିଥାଏ । ମୁଁ ନୀରବତା ରେ ଅନୁଭବ କରେ ମୋ ହୃଦୟର ସ୍ପନ୍ଦନ କୁ ମୋ ଅଭିଳାଷା ର କୋମଳ ସ୍ୱରକୁ ଅନୁସନ୍ଧାନ କରେ ଅନ୍ଧାରରେ ଆଲୋକ କୁ ଅତୀତରେ ବର୍ତ୍ତମାନ କୁ ଆଉ ବର୍ତ୍ତମାନ ରେ ଭବିଷ୍ୟତ କୁ । ଅନୁସରଣ କରେ ହୃଦୟକୁ ଝୁରି ହୁଏ ଦେଖିବାକୁ ଅଜଣା ଅଶୁଣା ବସ୍ତୁକୁ ଖୋଜିବାକୁ ଇଛା ହୁଏ ଲୁଚି ରହିଥିବା ଗୁପ୍ତ ଧନକୁ ଆଦେଖା ସ୍ୱପ୍ନକୁ ଆଉ ମନ ତଳେ ଘର କରିଥିବା ନୈଶ୍ୟ ସୁନ୍ଦରୀ କୁ ନିଦରେ ଆସେ ସ୍ୱପ୍ନରେ ବସେ ତା' ମହକରେ ପୁଲକିତ କରେ ତନୁମନ ଆଶା ଭରି ଦିଏ ନିରାଶା ମନରେ ପୁଣି ରାତି ସରି ଯାଏ ସ୍ବପ୍ନ ଝାପ୍ସା ହୁଏ ଆଉ ସେ ବି ଚାଲିଯାଏ ଟିକେ ମିଠା ସ୍ମୃତି ଛାଡ଼ି ନିଷିଦ୍ଧ ରାତିର ନୈଶ୍ୟ ସୁନ୍ଦରୀ
Poetry Books 50% Off
Bestselling collections from top poets
